fbpx

ଚିନି ପାଇଁ ଡହଳବିକଳ ପାକିସ୍ତାନ! ଲୋକେ ଲଗାଉଛନ୍ତି ଲମ୍ବା ଲାଇନ୍‌, ଜାଣନ୍ତୁ ଦାମ୍‌?

କରାଚୀ: କରୋନା କାଳ ମଧ୍ୟରେ ପାକିସ୍ତାନର ଅବସ୍ଥା ଆହୁରୀ ଶୋଚନୀୟ ହେବାରେ ଲାଗିଛି । ଅଟା, ପରିବା ପରେ ଏବେ ପାକିସ୍ତାନରେ ଚିନିର ଅଭାବ ଦେଖିବାକୁ ମିଳିଛି, ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରିସ୍ଥିତି ଏପରି ବିଗିଡିଛି ଯେ, ଲୋକମାନେ ଚିନି କିଣିବାକୁ ଲମ୍ବା ଧାଡି ଲଗାଇ ଠିଆ ହୋଇଛନ୍ତି । ଜଣେ ବ୍ୟକ୍ତି ଚିନି କିଣିବା ପରେ ଯେଭଳି ସେ ପୁଣି ଚିନି କିଣି କଳାବଜାରୀ କରିପାରିବେ ନାହିଁ ସେଥିପାଇଁ ତାଙ୍କ ହାତରେ କଳା ଚିହ୍ନ ମଧ୍ୟ ଲଗାଯାଉଛି ।

ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜର ପଦ ବଞ୍ଚାଇବାକୁ ଯାଇ ଭାରତରୁ ଚିନି ଏବଂ କପା କିଣିବାକୁ ମନା କରିଦେଇଥିଲେ, କିନ୍ତୁ ପାକିସ୍ତାନୀ ଲୋକଙ୍କୁ ଏବେ ଏଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି । ଆଉ ଭାରତରେ ଯେଭଳି ଭୋଟ୍ ଦେବା ପରେ କଳା ଚିହ୍ନ ଲଗାଯାଇଥାଏ, ବର୍ତ୍ତମାନ ଚିନି କିଣିବାକୁ ଆସୁଥିବା ବ୍ୟକ୍ତିଙ୍କ ହାତରେ ମଧ୍ୟ କଳା ଚିହ୍ନ ଲଗାଯାଉଛି । ପାକିସ୍ତାନରେ ଏବେ ରମଜାନ ମାସ ଚାଲିଛି, ଏଭଳି ପରିସ୍ଥିତିରେ ଚିନିର ଆବଶ୍ୟକତା ଆହୁରି ବଢିଚାଲିଛି । ପାକିସ୍ତାନରେ ଚିନି ମୂଲ୍ୟ ଆକାଶଛୁଆଁ ହୋଇଥିବାବେଳେ ଏବେ ମୂଲ୍ୟ କିଲୋଗ୍ରାମ ପିଛା ୧୨୦ ଟଙ୍କାରୁ ୧୫୦ ଟଙ୍କା ମଧ୍ୟରେ ରହିଛି ।

Get real time updates directly on you device, subscribe now.