fbpx

ରାଜ୍ୟରେ ୧୫ ଦିନ ପାଇଁ ହୋଇପାରେ ଲକଡାଉନ୍, ଜାଣନ୍ତୁ କେବେ ହେବ ଲାଗୁ

ଜୟପୁର, ୧୯ା୪: ଦେଶରେ କରୋନାର ଲହରକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଲକଡାଉନର ଅବଧିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି । ପୂର୍ବରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନାଇଟ୍ କର୍ଫ୍ୟୁ ଘୋଷଣା କରିଥିଲେ । ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ନିର୍ଦ୍ଦେଶ ରହିଥିଲା । ତେବେ ଏହି କର୍ଫ୍ୟୁର ଅବଧି ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ଠାରୁ ମେ ମାସ ୩ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏହି ୧୫ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟସ୍ଥଳ, ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ରେଳ, ବସ ଓ ବିମାନ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆ ନେଗେଟିଭ୍ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିସହ ପନିପରିବା, ଫଳ, କ୍ଷୀର, ରାଶନ ସାମଗ୍ରୀ ଦୋକାନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.