fbpx
BJD SKY
BJD SKY

୧୧ ଜଣଙ୍କ ଦ୍ୱାରା ଗ୍ୟାଙ୍ଗ ରେପର ଶିକାର ହେଲେ ମହିଳା: ୮ ଅଭିଯୁକ୍ତ ମୃତ୍ୟୁର ଅପେକ୍ଷାରେ

BJD

ରାଞ୍ଚି, ୧୯ା୪: ଝାଡ଼ଖଣ୍ଡରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଗ୍ୟାଙ୍ଗ ରେପ୍ କରାଯାଇଛି । ପାପର ଫଳସ୍ୱରୂପ ଅଭିଯୁକ୍ତଙ୍କ ମଧ୍ୟରୁ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଘଟଣା ଘଟିବା ପରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ମହିଳା ପରିବାର ଲୋକଙ୍କ ସହିତ ଏନେଇ ଥାନାରେ ମାମଲା ଦାୟର କରିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ ସେମାନଙ୍କର କରୋନା ଟେଷ୍ଟ କରାଇଥିଲା ।

ସୂଚନା ଅନୁଯାୟୀ, ଏହି ଘଟଣାରେ ମହିଳାଙ୍କର କିଛି ସଂପର୍କୀୟ ସାମିଲ ରହିଛନ୍ତି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ସନ୍ଧ୍ୟା ସମୟରେ ମହିଳାଜଣକ ଘରକୁ ଫେରୁଥିବା ସମୟରେ ଏକୁଟିଆର ସୁଯୋଗ ନେଇ ମଦ୍ୟପ ଅଭିଯୁକ୍ତମାନେ ଏହି କୁକାର୍ଯ୍ୟ କରିଥିଲେ । ତେବେ ଟେଷ୍ଟ ପରେ ପୀଡ଼ିତାଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.