fbpx
BJD SKY
BJD SKY

ଜୁଆ ଖେଳୁଥିଲେ ଗ୍ରାମବାସୀ, ଅଚାନକ ପୋଲିସ ଆସିବାରୁ ନେଲେ ଏପରି ଭୟଙ୍କର ପଦକ୍ଷେପ

BJD

ଭୋପାଳ: ମଧ୍ୟପ୍ରଦେଶ ଦାତିଆ ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ କିଛି ଲୋକ ଜୁଆ ଖେଳୁଥିଲେ । ଏହି ସମୟରେ ସେମାନଙ୍କୁ କୌଣସି ସୂତ୍ରରୁ ପୋଲିସ ଆସୁଥିବାର ସୂଚନା ମିଳିଗଲା । ପୋଲିସ ଗାଁରେ ପାଦ ରଖିଛି ବୋଲି ଶୁଣିବା ମାତ୍ରକେ ଭୟରେ ସେମାନେ ସମସ୍ତେ ଜୀବନ ବଞ୍ଚାଇବାକୁ ଏକ କୂଅ ମଧ୍ୟକୁ ଡେଇଁ ପଡିଥିଲେ । ଏହି ଘଟଣା ଥରେନ ଥାନା କ୍ଷେତ୍ରରେ ଆସୁଥିବା ଛୋଟା ଅମଲାପୁରମରେ ଘଟିଛି । କୂଅକୁ ଡେଇଁ ପଡିବା ଦ୍ୱାରା ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି ।

ତେବେ ଏହି ଦୁର୍ଘଟଣା ଲାଗି ଗ୍ରାମବାସୀ ପୋଲିସକୁ ଦାୟୀ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ଏହି ଗ୍ରାମରେ ଜୁଆ ଖେଳ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଗାଁରେ ପହଞ୍ଚିଥିବା ଖବର ପାଇ ଜୁଆ ଖେଳୁଥିବା ଗ୍ରାମବାସୀ ନିଜକୁ ପୋଲିସ ହାତରୁ ବଞ୍ଚାଇବା ଲାଗି ନିକଟରେ ଥିବା ଏକ କୂଅ ମଧ୍ୟକୁ ଡେଇଁ ପଡିଥିଲେ । ପରେ ସେମାନଙ୍କୁ କୂଅ ମଧ୍ୟରୁ ବାହାର କରାଯାଇଥିଲା ଓ ନିକଟବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି ।

ଏହି ଘଟଣା ପରେ ରାଗରେ ଗ୍ରାମବାସୀ ପୋଲିସ ଦଳକୁ ଘେରି ଯାଇଥିଲେ ଓ ଆକ୍ରମଣ କରିବାକୁ ଉଦ୍ୟତ ମଧ୍ୟ ହୋଇଥିଲେ । କୌଣସି ପ୍ରକାରେ ପୋଲିସ ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ନିଜର ଜୀବନ ବଞ୍ଚାଇ ଆସିବାରେ ସମର୍ଥ ହୋଇଥିଲା ।

Get real time updates directly on you device, subscribe now.