fbpx

ବିମୋହିତ କରୁଛି ଶ୍ରୀମନ୍ଦିରର AI ନିର୍ମିତ ଫଟୋଚିତ୍ର, ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ

ପୁରୀ: ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ, ବିଶ୍ୱାସ ତଥା ପ୍ରାଣ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଓଡ଼ିଶାର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ମହାପ୍ରଭୁଙ୍କୁ ନେଇ ଗଢ଼ି ଉଠିଛି। ମହାପ୍ରଭୁ ହେଉଛନ୍ତି ଚଳନ୍ତି ଭଗବାନ । ସମ୍ଭବତଃ ଏଇଥିପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି କବିର, ନାନକ ଯିଏ ଯେତେବେଳେ ପୁରୀ ଆସିଛନ୍ତି, ସେତେବେଳେ ମହାପ୍ରଭୁଙ୍କୁ ଅତିମାନବୀୟ ଠାକୁର ବୋଲି ବର୍ଣ୍ଣନା କରିଛନ୍ତି।

ତେବେ ହଜାରେ ବର୍ଷର ଇତିହାସ ପୃଷ୍ଠାକୁ ତନ୍ନ ତନ୍ନ କରି ଦେଖିଲେ ବି ଜଗନ୍ନାଥଙ୍କ ରହସ୍ୟ କେହି ଜାଣିପାରିବେ ନାହିଁ । କାରଣ ଅନ୍ଧବିଶ୍ୱାସ ନୁହେଁ ବିଶ୍ୱାସରେ ମିଳନ୍ତି ଭାବର ଠାକୁର ଶ୍ରୀ ଜଗନ୍ନାଥ। ତାଙ୍କୁ ଯିଏ ଯେଉଁ ଭାବରେ ଡାକିଲା ତାକୁ ସେଇ ରୂପରେ ଦେଖା ଦିଅନ୍ତି। ସେଇଥିପାଇଁ ତ ତାଙ୍କୁ କୁହନ୍ତି ଜଗତର ନାଥ ଜଗନ୍ନାଥ। ଆଉ ତାଙ୍କ ଦେଉଳ ହେଉଛି ଦୁନିଆର ସବୁଠୁ ବଡ଼ ଦେଉଳ। ତେବେ ଏହି ବଡ଼ ଦେଉଳକୁ ନେଇ କିଛି Artificial intelligence (AI) ନିର୍ମିତ ଫଟୋଚିତ୍ର ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ପ୍ରାୟ ସମସ୍ତେ ନିଜ ନିଜର Facebook, Instagram ଓ Whatsapp status ରେ ଏହି ଫଟୋଚିତ୍ରକୁ ସେୟାର କରିଛନ୍ତି। ଏହା ସହ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ନିଜର ଭାବକୁ ପ୍ରକାଶ କରିଛନ୍ତି। ଫଟୋରେ ଥିବା ଏ ଅଲୌକିକ ଦୃଶ୍ୟ ସମସ୍ତଙ୍କୁ ବେଶ ବିମୋହିତ କରିଛି। ତେବେ ଦେଖନ୍ତୁ, ଶ୍ରୀମନ୍ଦିରର ଏହି AI ନିର୍ମିତ ସୁନ୍ଦର ଫଟୋଚିତ୍ର।

Get real time updates directly on you device, subscribe now.