fbpx
BJD SKY
BJD SKY

କରୋନା ଦୁଃଖ: ଏହି ଦେଶରେ ଲୋକାମାନେ ନିଜ ସମ୍ପର୍କୀୟଙ୍କ ଶବ ରାସ୍ତାରେ ଛାଡି ଚାଲିଯାଉଛନ୍ତି

BJD

କରୋନା ଯୋଗୁଁ ସାରା ବିଶ୍ୱରେ ୧ ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ମହାମାରୀ ଯୋଗୁଁ ଅନେକ ଦେଶରେ ଏତେ ସଂଖ୍ୟାରେ ମୃତ୍ୟୁ ଘଟୁଛି ଯେ, ଲୋକମାନେ ସେମାନଙ୍କର ଅନ୍ତିମ ସଂସ୍କାର ପାଇଁ କେଉଁଠାରେ ଲମ୍ବା ଲାଇନରେ ଠିଆ ହେଉଛନ୍ତି ତ ଆଉ କେଉଁଠାରେ ବହୁ ଦିନ ଅପେକ୍ଷା କରିବାକୁ ପଡୁଛି । କିନ୍ତୁ ଲାଟିନ୍ ଆମେରିକୀୟ ଦେଶ ଇକ୍ୱାଡୋରରେ କରୋନରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଏଭଳି ଅପମାନ ହେଉଛି, ଯାହା ଆପଣ ସ୍ୱପ୍ନରେ ବି ଭାବି ନଥିବେ ।

ଇକ୍ୱାଡୋରରେ କରୋନାରେ ମୃତ୍ରୁବରଣ କରୁଥିବା ଲୋକଙ୍କ ମୃତଦେହକୁ ରାସ୍ତାରେ ଛାଡିବାକୁ ଲୋକେ ବାଧ୍ୟ ହେଉଛନ୍ତି । ସମ୍ପର୍କୀୟମାନେ ମୃତଦେହକୁ ରାସ୍ତାରେ ଛାଡି ଫେରୁଛନ୍ତି କାରଣ ସେମାନଙ୍କୁ କବର ଦେବା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡୁଛି । କେବଳ ଏତିକି ନୁହେଁ, ବହୁ ସଂଖ୍ୟାରେ ମୃତ୍ୟୁ ହେଉଥିବାରୁ ଅନ୍ତିମ ସଂସ୍କାର କରିବାକୁ ସେଠାରେ ଜାଗା କମ୍ ପଡୁଛି । ପ୍ରତିଦିନ ଡଜନେ ଶବ ପୋତାଯାଉଛି ।

ଜଣେ ସ୍ଥାନୀୟ ମହିଳା କହିଛନ୍ତି ଯେ କରୋନା ଭାଇରସ ଯୋଗୁଁ ତାଙ୍କ ପିତାମାତାଙ୍କର ମୃତ୍ୟୁ ହୋଇଛି କିନ୍ତୁ ସେମାନଙ୍କ ମୃତଦେହ ରାସ୍ତାରେ ପଡ଼ିଛି । ଏହା ସହ ସେମାନେ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିଛନ୍ତି।

Get real time updates directly on you device, subscribe now.