fbpx

ଲକଡ଼ାଉନରେ ସେକ୍ସର ଅଧିକ ଡିମାଣ୍ଡ, ଜାଣନ୍ତୁ ଏପରି ସ୍ଥିତିରେ କଣ କରିବେ ମହିଳା

Advertisement

ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ୍ ହେଉଛି ଯେଉଁଥିରେ ଘାନା ଦେଶର ଜଣେ ମହିଳା ନିଜ ଦୁଃଖ ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି ଯେ, ଲକଡ଼ାଉନ୍ କାରଣରୁ ତାଙ୍କ ସ୍ୱାମୀଙ୍କ ସେକ୍ସ ଡିମାଣ୍ଡ ବଢ଼ି ଯାଇଛି । ବାରମ୍ବାର ଏପରି ଦାବି ହେବାରୁ ସେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶେଷରେ ପରିସ୍ଥିତି ଏପରି ହୋଇଯାଇଛି ଯେ, ଲକଡ଼ାଉନ୍ ସତ୍ତ୍ୱେ ମହିଳାଜଣକ ଘରୁ ପଳାୟନ କରି ନିଜ ଅଫିସରେ ରହିଛନ୍ତି ଏବଂ ସେଠାରୁ ସୋସିଆଲ୍ ମିଡ଼ିଆ ଜରିଆରେ ନିଜ ଦୁଃଖ ସେୟାର କରିଛନ୍ତି । ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ଲକଡାଉନ୍ ସମୟରେ ଏବଂ ଅନ୍ୟ ଦିନମାନଙ୍କରେ ମଧ୍ୟ ସ୍ୱାମୀଙ୍କ ହାୟର ସେକ୍ସ ଡ୍ରାଇଭ୍ କାରଣରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଏପରି ସ୍ଥିତିକୁ ମୁକାବିଲା କରିବାକୁ ପତ୍ନୀମାନେ କିଛି ପଦକ୍ଷେପ ନେଇପାରନ୍ତି

ମନା କରିବା ଶିଖନ୍ତୁ


ଭୟଭିତ ନ ହୋଇ ନିଜ ସ୍ୱାମୀଙ୍କୁ ଏପରି କାର୍ଯ୍ୟରୁ ବିରତ ରହିବାକୁ କୁହନ୍ତୁ । ବିବାହ କରିଥିଲେ ମଧ୍ୟ ସବୁ ସମୟରେ ସେ ଆପଣଙ୍କୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରିପାରିବେ ନାହିଁ । ମନା କରିବା ସମୟରେ ନିଜ ଅସହାୟତା ସ୍ୱାମୀ ଯେପରି ଅନୁଭବ ନକରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ, ନଚେତ୍ ଅପଣଙ୍କ ସ୍ୱାମୀ ଆପଣଙ୍କ ମନା କରିବା କଥାକୁ ଗମ୍ଭିରତାର ସହ ନେବେ ନାହିଁ । ସ୍ୱାମୀଙ୍କ ଏପରି ବ୍ୟବହାର ଯୋଗୁଁ ଆପଣଙ୍କୁ ଖରାପ ଲାଗୁଛି ବୋଲି କ୍ଲିଅର ମ୍ୟାସେଜ୍ ମିଳିବା ପରେ ସେ ନିଜର ଏପରି ପଦକ୍ଷେପରୁ ଦୁରେଇବା ଆରମ୍ଭ କରିବେ ।
କୁହନ୍ତୁ, କାହିଁକି ଆପଣ ଏସବୁ ପସନ୍ଦ କରନ୍ତିନି


କେବଳ ‘ନା’ କହିଲେ ସ୍ୱାମୀ ମାନୁ ନଥିଲେ ମେଡ଼ିକାଲ୍ ଭାଷାରେ ନିଜ ମନା କରିବାର କାରଣ ବୁଝାନ୍ତୁ । ଅଧିକ ସେକ୍ସ କାରଣରୁ ଆପଣଙ୍କ ଶରୀରକୁ କେଉଁ କେଉଁ କ୍ଷତି ପହଞ୍ଚିଥାଏ ତାହା ବୁଝାନ୍ତୁ । ଅନେକ ଅଧ୍ୟୟନରୁ ଏହି ବିଷୟ ସାମ୍ନାକୁ ଆସିଛି ଯେ, ଅଧିକ ସେକ୍ସ କାରଣରୁ ମହିଳାଙ୍କ ଶରୀରରେ ଦୁର୍ବଳତା ଅନୁଭବ ହୋଇଥାଏ । ଅନେକ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହି କାରଣରୁ ଅନେକ ସମୟରେ ଅଣ୍ଟାରେ ଦରଜ ମଧ୍ୟ ହୋଇଥାଏ ।
ଦୂରତା ବଜାୟ ରଖନ୍ତୁ


ଯଦି ସାମାନ୍ୟ ନିକଟତର ହେବା ଫଳରେ ଆପଣଙ୍କ ସ୍ୱାମୀ ପ୍ରଭୋକ୍ ହୋଇ ଯାଉଛନ୍ତି ତେବେ ଭଲ ହେବ ଆପଣ ଦୂରତା ବଜାୟ ରଖନ୍ତୁ । ଘାନାର ମହିଳାଙ୍କ ପରି କିଛି ସମୟ ପାଇଁ କାର୍ଯ୍ୟାଳୟକୁ ଚାଲିଯାଆନ୍ତୁ କିମ୍ବା ଅନ୍ୟ ଏକ କୋଠରୀରେ କାର୍ଯ୍ୟବ୍ୟସ୍ତତା ଦେଖାଇ ରୁହନ୍ତୁ । ଦରକାର ପଡ଼ିଲେ, ଅଲଗା ରୁମରେ ଶୁଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ଅସନ୍ତୁଷ୍ଟ ହୋଇପାରନ୍ତି, କିନ୍ତୁ ଏହା ତାଙ୍କୁ ସ୍ଥିତିର ଗମ୍ଭିରତା ବୁଝିବାରେ ସହାୟକ ହେବ ।
ସାଙ୍ଗମାନଙ୍କ ପରାମର୍ଶ ନିଅନ୍ତୁ


ଯଦି ଆପଣଙ୍କ କେହି ଏପରି ସାଙ୍ଗ ଥିବେ ଯାହାଙ୍କୁ ଏସବୁ ବିଷୟରେ କହିହେବ ତେବେ ସମସ୍ତ ବିଷୟ ସେୟାର କରି ତାଙ୍କଠାରୁ ପରାମର୍ଶ ନିଅନ୍ତୁ । ଏପରିକି ସ୍ୱାମୀଙ୍କ ନିକଟତମ ସାଙ୍ଗଙ୍କ ସାଙ୍ଗରେ ଏହି ବିଷୟ ସେୟାର କରନ୍ତୁ ଯିଏ ଆପଣଙ୍କ ସ୍ୱାମୀଙ୍କୁ ସର୍ବଦା ସେକ୍ସ ସମ୍ବନ୍ଧ ରଖିବାକୁ ଡିସକରେଜ୍ କରିପାରିବ କିମ୍ବା ଆପଣଙ୍କ ପକ୍ଷ ଠିକ୍‌ଭାବେ ତାଙ୍କ ସାମ୍ନାରେ ରଖିପାରିବ । କିନ୍ତୁ ଏହି ବିଷୟକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ ଯେପରି ସ୍ୱାମୀ ରାଗି ଏହାକୁ ନିଜ ଇଗୋ ପ୍ରତି ଆଘାତ ବୋଲି ଭାବି ନ ନିଅନ୍ତି । ଯଦି ଏପରି ହୁଏ ତେବେ ସ୍ଥିତି ବିଗିଡ଼ିପାରେ । ତେଣୁ ବହୁତ ଭଲ ବୁଝାମଣା ସହ ଶଦ୍ଧକୁ ବାଛି ସ୍ୱାମୀଙ୍କୁ ବୁଝାଇବାକୁ ପଡ଼ିବ ।
ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ


ଲକଡାଉନ୍ ମଧ୍ୟରେ ଡାକ୍ତର ଓ ଅନ୍ୟ କେତେକ କାଉନସିଲର ଅନଲାଇନ୍ ପରାମର୍ଶ ଦେଉଛନ୍ତି । ଏପରି ସ୍ଥିତିରେ ଆପଣ ଚାହିଁଲେ ଆପଏଣ୍ଟମେଣ୍ଟ ନେଇ ସେମାନଙ୍କ ନିକଟରେ ନିଜ ସମସ୍ୟା ବର୍ଣ୍ଣନା କରିପାରିବେ । ସେମାନେ ଏପରି ସ୍ଥିତିର ମୁକାବିଲା ପାଇଁ କେଉଁ ପଦକ୍ଷେପ ନେବାକୁ ହେବ ତାହା ଆପଣଙ୍କୁ ଭଲଭାବେ କହିପାରନ୍ତି । ଆପଣ ଚାହିଁଲେ ନିଜ ସ୍ୱାମୀଙ୍କୁ ଏହି ବିଷୟରେ ଅବଗତ କରି ଅନଲାଇନ୍ କାଉନସିଲରେ ସାମିଲ କରିପାରନ୍ତି । ଏହି ସମୟରେ ଉଭୟ ଡାକ୍ତର କିମ୍ବା କାଉନସିଲରଙ୍କ ନିକଟରେ ନିଜ ନିଜ ପକ୍ଷ ରଖିଲେ ଭଲ ହେବ । ଏହାଫଳରେ ଭଲଭାବେ ସିଚୁଏସନ୍ ମୁକାବିଲା କରାଯାଇପାରିବ ।

Get real time updates directly on you device, subscribe now.