fbpx

କଳାହାଣ୍ଡିର କୋଭିଡ଼-୧୯ ହସ୍ପିଟାଲର ପରିଦର୍ଶନ କଲେ ୫ଟି ସଚିବ

କଳାହାଣ୍ଡି, ୧୫ା୪(ଓଡ଼ିଶା ଭାସ୍କର): କଳାହାଣ୍ଡି ଭାବନୀପାଟଣା ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେଠାରେ ସେ ପହଞ୍ଚି କରୋନା ସମୀକ୍ଷା କରିଛନ୍ତି । ଏହାସହ ସେଠାରେ କୋଭିଡ଼ ହସ୍ପିଟାଲର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । କଳାହାଣ୍ଡିରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ସେଠାରେ ସୁସ୍ଥ ମଧ୍ୟ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି । ଏନେଇ ସରକାର ବହୁ ପଦକ୍ଷେପ ନେବା ସହ ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୪୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.