fbpx

କରୋନା ଡର: ଲୁଡୋ ଖେଳୁଥିବା ବେଳେ କାଶିବାରୁ ସାଙ୍ଗକୁ ଗୁଳି

Advertisement

କରୋନା ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଦେଶ ଲକ-ଡାଉନ ହୋଇଥିବାରୁ ଲୋକମାନେ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ଗ୍ରେଟର ନୋଏଡାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାତିରେ ନୋଏଡାର ଜରାଚା ଅଞ୍ଚଳର ଦୟା ନଗର ଗାଁରେ ଲକ ଡାଉନ ସମୟରେ ଲୁଡୋ ଖେଳୁଥିବା ଚାରିଜଣ ସାଙ୍ଗଙ୍କ ମଧ୍ୟରେ କାଶକୁ ନେଇ ବିବାଦ ଲାଗି ରହିଥିଲା। ଏହି ଘଟଣାରେ ଜଣେ ଯୁବକ ଅନ୍ୟ ଜଣଙ୍କ ଉପରକୁ ଗୁଳି ଚଳାଇଥିଲା।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଗ୍ରେଟର ନୋଏଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡେପୁଟି କମିଶନର ଅଫ୍ ପୋଲିସ୍ ରାଜେଶ କୁମାର ସିଂ କହିଛନ୍ତି ଯେ ଗତକାଲି ରାତିରେ ଜୟ, ଗୁଲୁ, ପ୍ରଭେଶ ଏବଂ ପ୍ରଶାନ୍ତ ଚାରିଜଣ ବନ୍ଧୁ ଦୟା ନଗର ମନ୍ଦିର ନିକଟରେ ଲୁଡୋ ଖେଳୁଥିଲେ। ଏହି ସମୟରେ ପ୍ରଶାନ୍ତକୁ କାଶ ହୋଇଥିଲା । କାଶ କରୋନା ଭାଇରସ ବିସ୍ତାର କରୁଛି ବୋଲି ଗୁଲୁ ଏବଂ ଅନ୍ୟ ବନ୍ଧୁମାନେ କହିଥିଲେ । ଏହାକୁ କେନ୍ଦ୍ର କରି ସାଙ୍ଗମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା | କ୍ରୋଧରେ ଗୁଲୁ ପ୍ରଶାନ୍ତ ଉପରକୁ ଗୁଳି ଚଳାଇଥିଲା ।

ଗୋଡରେ ଗୁଳି ବାଜିବା ପରେ ଆହତ ଯୁବକ ପ୍ରଶାନ୍ତ ତଳେ ପଡ଼ିଯାଇଥିଲା । ଗୁଳିର ଶବ୍ଦ ଶୁଣି ଲୋକମାନେ ଘଟଣାସ୍ଥଳରେ ଏକାଠି ହୋଇଥିଲେ, ପରେ ଆହତ ଯୁବକ ପ୍ରଶାନ୍ତକୁ ଗ୍ରେଟର ନୋଏଡାର କୈଳାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଘଟଣା ପରେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

Get real time updates directly on you device, subscribe now.