fbpx

Dream11-MyCircle11 ରୁ ରୋଜଗାର କରୁଥିବା ଲୋକଙ୍କ ଉପରେ ଟାକ୍ସ ମାଡ: ଦେବାକୁ ପଡିବ TDS

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ମହାସମର ଆରମ୍ଭ ହୋଇସାରିଛି । ବର୍ତ୍ତମାନ ଫ୍ୟାନ୍ସମାନଙ୍କ ମଧ୍ୟରେ ଅନଲାଇନ ଗେମର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଡ୍ରିମ୧୧, ମାଇଁ ସର୍କଲ୧୧ ଏବଂ ରମୀ ସର୍କଲ ଭଳି ଅନଲାଇନ ଗେମ୍ ଗରିଆରେ ରୋଜଗାର କରୁଥିବା ଲୋକମାନଙ୍କ ଉପରେ ପଡିଛି ସରକାରଙ୍କ ନଜର । ବର୍ତ୍ତମାନ ଏଥିପାଇଁ ମଧ୍ୟ ସରକାରଙ୍କୁ ଟାକ୍ସ ଦେବାକୁ ପଡିବ ବୋଲି କୁହାଯାଇଛି । ଏ ନେଇ ବଜେଟ-୨୦୨୩ରେ ନୂଆ ନିୟମ ପ୍ରଣୟନ କରାଯାଇଛି । ତେଣୁ ବର୍ତ୍ତମାନ ସେମାନଙ୍କଠାରୁ ମଧ୍ୟ ଟାକ୍ସ ଆଦାୟ କରିବା ନେଇ ନିୟମ କରାଯାଇଛି ।

ନୂଆ ନିୟମ ଅନୁସାରେ, ଏପ୍ରିଲ ୧ ତାରିଖରୁ ଅନଲାଇନ ଗେମିଙ୍ଗରୁ ମଧ୍ୟ ୩୦ ପ୍ରତିଶତ ଟିଡିଏସ ଆଦାୟ କରାଯିବ । ଏହପୂର୍ବରୁ କେବଳ ୧୦,୦୦୦ ଟଙ୍କାରୁ ଅଧିକ ଜିତିଲେ ଏହି ପରିମାଣର ଟିଡିଏସ ଦେବାକୁ ପଡୁଥିଲା । ତେବେ ଟାକ୍ସ ଚୋରି ରୋକିବା ପାଇଁ ଏପରି ଏକ ନୂଆ ନିୟମ ଲାଗୁ କରିଛନ୍ତି ସରକାର । ପୂର୍ବରୁ ଜଣେ ବ୍ୟକ୍ତି ୧ହଜାର ଟଙ୍କା ଦେଇ ଯଦି ୧୨ହଜାର ଟଙ୍କା ଜିତେ, ତେବେ ଏଣ୍ଟ୍ରି ଫି’ ପରେ ବାକି ଏହି ୧୧ ହଜାର ଟଙ୍କାରୁ ୩୦ ପ୍ରତିଶତ(୩୩୦୦ ଟଙ୍କା) ଟିଡିଏସ ଆକାରରେ ଦେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଯଦି ଏକ ହଜାର ଟଙ୍କାରେ ଏଣ୍ଟ୍ରି କରି ୮ହଜାର ଟଙ୍କା ହାସଲ କରିଥାଏ, ତେବେ ବଳକା ୭ହଜାର ଟଙ୍କା ସରକାରଙ୍କୁ ଟିଡିଏସ ଭରିବାକୁ ପଡିବ । ତେବେ ଏଣ୍ଟ୍ରି ଫି’କୁ ବିଜୟର ଏକ ଅଂଶ ବୋଲି ବିବେଚନା କରାଯାଇନପାରେ । ତେବେ ଏଥିପାଇଁ ଜଣେ ବ୍ୟକ୍ତି ୨୧୦୦ ଟଙ୍କା ଟିଡିଏସ ଆକାରରେ ଭରିବାକୁ ହେବ ।

ତେବେ କିଛି କମ୍ପାନୀ ଜାଣି ଜାଣି ପୁରସ୍କାର ରାଶି ୧୦ହଜାରରୁ କମ୍ ରଖୁଥିବା ଦେଖାଯାଇଥିଲା । ତେବେ ଏ ନେଇ ଏକ୍ତସପର୍ଟମାନଙ୍କ ନିକଟରୁ କିଛି ଅଲଗା ମତ ଶୁଣିବାକୁ ମିଳିଛି । ଭାରତରେ ଅନଲାଇନ ଗେମିଙ୍ଗର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ୨୦୨୨ ମସିହାରେ ଭାରତ ବିଶ୍ୱର ସବୁଠାରୁ ବଡ ମୋବାଇଲ କଞ୍ଜୁମର ସେ ପାଲଟିଛି ଯାହାର ଡାଉନଲୋଡ ହାର ୧୫ ବିଲିୟନରୁ ଅଧିକ ରହିଛି । ତେବେ ଫାଇଭ-ଜି ଆସିବା ପରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.