fbpx

ମହିଳା ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ପ୍ରଥମ ସ୍ୱାମୀର ପାଇପାରିବେ ଅନୁକମ୍ପା ରାଶି: ହାଇକୋର୍ଟ

ମୁମ୍ବାଇ: ବୀମା କମ୍ପାନୀର ଏକ ଆବେଦନକୁ ବମ୍ବେ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ବିଧବାଙ୍କ ପୁନଃ ବିବାହ ହେତୁ ସଡ଼କ ଦୁର୍ଘଟଣାରେ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ। ମାର୍ଚ୍ଚ ୩ ରେ ବୀମା କମ୍ପାନୀର ଆବେଦନ ଉପରେ ଜଷ୍ଟିସ ଏସ.ଜି ଡିଜିଙ୍କ ବେଞ୍ଚ ଏହାର ରାୟ ଦେଇଛନ୍ତି।

IFFCO ଟୋକିଓ ଜେନେରାଲ ଇନସୁରାନ୍ସ କମ୍ପାନୀ, ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ (MACT) ର ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛି। ୨୦୧୦ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପାଇଁ ପତ୍ନୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି MST ର ଆଦେଶ ଥିଲା। ଯେଉଁଠାରେ କମ୍ପାନୀର ଓକିଲ କହିଛନ୍ତି ଯେ, ମୃତ ଗଣେଶଙ୍କ ପତ୍ନୀ ପୁନର୍ବାର ବିବାହ କରିଛନ୍ତି, ତେଣୁ ସେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ନୁହଁନ୍ତି। ଯେଉଁଥିରେ କୋର୍ଟ କହିଛନ୍ତି ଯେ, ଜଣେ ମହିଳା ତାଙ୍କ ଜୀବନସାରା କ୍ଷତିପୂରଣ ପାଇବା ପର୍ଯ୍ୟନ୍ତ ଆଶା କରି ବିଧବା ରହିବେ ତାହା ଭୁଲ ଅଟେ।

କୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ସମୟରେ ମହିଳାଙ୍କୁ ୧୯ ବର୍ଷ ହୋଇଥିଲା। କ୍ଷତିପୂରଣ ଦେବା ପାଇଁ ମହିଳାଙ୍କ ବୟସ ଏବଂ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ତାଙ୍କୁ ଅନୁକମ୍ପା ରାଶି ମିଳିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ସ୍ୱାମୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ପାଇବାକୁ କାହାକୁ ପୁନଃ ବିବାହ କରିବାକୁ ବାରଣ କରାଯାଇପାରିବ ନାହିଁ। ମେ ୨୦୧୦ ରେ, ମହିଳାଙ୍କ ସ୍ୱାମୀ ଗଣେଶ ବାଇକ ପଛରେ ବସି ମୁମ୍ବାଇ-ପୁଣେ ରାଜପଥରେ କାମସେଟ ଅଭିମୁଖେ ଯାଉଥିଲେ। ଠିକ୍ ସେତିକିବେଳେ ଗଣେଶଙ୍କ ବାଇକକୁ ଏକ ଅଟୋରିକ୍ସା ଧକ୍କା ଦେଇଥିଲା। ଯାହା ଫଳରେ ତାଙ୍କର ମୁତ୍ୟୁ ହୋଇଥିଲା। ଏହି ମାମଲାରେ ଜଷ୍ଟିସ ଡିଜି ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ, ଏହି ମାମଲାରେ ଆବେଦନକାରୀଙ୍କ ପରାମର୍ଶରେ ମୁଁ କୌଣସି ଯୋଗ୍ୟତା ଦେଖୁ ନାହିଁ।

Get real time updates directly on you device, subscribe now.