fbpx

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ପାଇବେ ଗରିବ: ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଗରିବ ବା ଗରିବ ସୀମାରେଖା ତଳେ ଥିବା ଜନତାଙ୍କ ପାଇଁ ମାଗଣା ରାସନ୍ ସାମଗ୍ରୀ ସୁବିଧା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ଅନେକ ପରିବାର ଉପକୃତ ହେଉଥିବା ବେଳେ ଏହାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ମାଗଣା ରାସନ୍ ସାମଗ୍ରୀ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି । ଏହାଦ୍ୱାରା ଗରିବ ଲୋକମାନଙ୍କୁ ଗହମ ଏବଂ ଚାଉଳ ଇତ୍ୟାଦି ମାଗଣାରେ ପ୍ରଦାନ କରିବେ ସରକାର ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଗରିବ ଲୋକମାନଙ୍କୁ ମାଗଣା ରାସନ ପ୍ରଦାନ କରାଯିବ । ମୋଦୀଙ୍କ ଏହି ଘୋଷଣାରେ ଦେଶର ପ୍ରାୟ ୮୦ କୋଟି ଲୋକ ଏହାଦ୍ୱାରା ଲାଭବାନ୍ ହୋଇପାରିବେ । ଜନସଭାରେ ସମ୍ବୋଧିତ କରିବା ବେଳେ ମୋଦୀ ଏହି ଯୋଜନାକୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି । ଏହି ଯୋଜନାରେ ସମସ୍ତଙ୍କୁ ୫ କିଲୋ ଗହମ କିମ୍ବା ଚାଉଳ ମାଗଣାରେ ପ୍ରଦାନ କରାଯିବ । କରୋନା ମହାମାରୀ ସମୟରେ ଦେଶବାସୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ତେବେ ଜନତାଙ୍କୁ ମିଳୁଥିବା ସୁବିଧା ଏବଂ ସେମାନଙ୍କ ଆବଶ୍ୟକତାକୁ ଧିରେ ଧିରେ ବୃଦ୍ଧି କରାଯାଉଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପ୍ରଥମେ ୨୦୨୩ ମସିହା ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ । ବର୍ତ୍ତମାନ ନିର୍ବଚନୀ ପ୍ରଚାର ସରକାର ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାକୁ ଜାରି ରଖିବା ପାଇଁ ଘୋଷଣା କରିଛନ୍ତି । କରୋନା ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ପରିସ୍ଥିତି ଏବଂ ଭୂତାଣୁର ଭୟାବହତା ଦେଖି ଏହି ଯୋଜନା ଲାଗୁ କରିଥିଲେ କେନ୍ଦ୍ର ସରକାର । ୨୦୨୦ ମାର୍ଚ୍ଚ ମାସରେ ଘୋଷଣା ହୋଇଥିବା ଏହି ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ୧.୭୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ।

Get real time updates directly on you device, subscribe now.