fbpx

ପୂର୍ବତନ ବିଧାୟକଙ୍କୁ ୧୫ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଚଳିତ ମାସରେ ବିଭିନ୍ନ ପର୍ଯ୍ୟାୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ସେହି ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ । ୫ଟିରୁ ୩ଟି ରାଜ୍ୟରେ କଂଗ୍ରେସ କ୍ଷମତାରେ ରହିଥିବା ବେଳେ ଏହି ରାଜ୍ୟମାନଙ୍କରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ।

ଆଗାମୀ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଏହି ଅବସରରେ ଦଳମାନେ ନିଜ ନିଜ ସଂଗଠନରେ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଛନ୍ତି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶରୁ ଆସିଛି ଏକ ବଡ଼ ଖବର । ରାଜ୍ୟରେ ଜଣେ ପୂର୍ବତନ ବିଧାୟକଙ୍କୁ ୧୫ ବର୍ଷର ଜେଲଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହୋଇଛି ।

ଭଦ୍ରୋହୀର ଜ୍ଞାନପୁରର ପୂର୍ବତନ ବିଧାୟକ ବିଜୟ ମିଶ୍ରାଙ୍କୁ ଏମପି /ଏମଏଲ କୋର୍ଟ ଗ୍ୟାଙ୍ଗରୋପ ମାମଲାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ୩ ତାରିଖରେ ବିଜୟଙ୍କ ପୁଅ ଓ ପୁତୁରାଙ୍କୁ କୋର୍ଟ ଦୋଷମୁକ୍ତ କରିଥିଲେ । ଗତ ୨୦୨୦ ମସିହା ଅକ୍ଟୋବର ମାସରେ ବାଣାଣସୀର ଜଣେ ସିଙ୍ଗର ବିଜୟ, ତାଙ୍କ ପୁଅ ଓ ପୁତୁରାଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ୨୦୧୪ ଲୋକସଭା ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବା ଝିଅ ସୀମା ମିଶ୍ରାଙ୍କ ପାଇଁ ପ୍ରଚାର କରିବା ପାଇଁ ବିଜୟ ଜଣେ ଗାୟିକାଙ୍କୁ ଡକାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଗାୟିକାଙ୍କ ସହିତ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆସିଥିଲା ।

Get real time updates directly on you device, subscribe now.