fbpx

ମଦ ଓ ସିଗାରେଟରେ ବୁଡିରହୁଥିବା ଲୋକେ କଣ କରିବେ ଲକ୍-ଡାଉନରେ, ଜାଣନ୍ତୁ

କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଜାରି ରହିଛି । ଏହି କାରଣରୁ ଦେଶରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଛାଡି ମଲ୍, ମଦ ଦୋକାନ ବନ୍ଦ ରହିଛି । ଏହାରି ମଧ୍ୟରେ ମଦ ଓ ସିଗାରେଟ ଟାଣୁଥିବା ଲୋକଙ୍କ ପାଇଁ ବଡ ସମସ୍ୟା ଉପୁଜୁଛି । କାରଣ ହଠାତ୍ ମଦ୍ୟପାନ ଛାଡିବା ବି ସହଜ ନୁହେଁ ବୋଲି ଡାକ୍ତରମାନେ କହିଛନ୍ତି । ହଠାତ୍ ମଦ୍ୟପାନ ଛାଡିବାରୁ ଶରୀରରେ ବହୁ ସିଷ୍ଟମ ପାଇଁ ବିପଦ ଥିବା ବେଳେ ଲୋକର ମାନସିକ ଅବସ୍ଥା ମଧ୍ୟ ଏଥିରେ ବେଶ ପ୍ରଭାବିତ ହୋଇଥାଏ । ହଠାତ୍ ମଦ୍ୟପାନ ଛାଡିବା ଦ୍ୱାରା ଅସ୍ଥିରତା, ମୁଣ୍ଡବିନ୍ଧା, ଉଦାସ, ଚିଡ୍-ଚିଡା ମନୋଭାବ ଆସିଥାଏ । ଏହି ସମୟରେ ପାଣି ଓ ଭିଟାମିନ୍ ସି ଆଦି ଦ୍ୱାରା ଏହାକୁ ୨ରୁ ୩ ଦିନ ମଧ୍ୟରେ ନିୟନ୍ତ୍ରଣ କରାଯାଇପାରିବ । ଏହି ସମୟରେ ମଦ୍ୟପାନ କରୁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ମିଳିବା ଜରୁରୀ । ମଦ ପିଇବାକୁ ଇଛା ହେଉଥିଲେ ଅନ୍ୟ କୌଣସି କାମରେ ଧ୍ୟାନ ଦିଅନ୍ତୁ । କିନ୍ତୁ ଲକ୍ଷଣ ଶାରୀରିକ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।

Get real time updates directly on you device, subscribe now.