fbpx
BSKY SKY
BSKY SKY

୧ ବର୍ଷରେ ୨ କୋଟି କୁକୁରଙ୍କ ସୁପ୍ ପିଅନ୍ତି ଚାଇନାର ଲୋକେ, ଜିଅନ୍ତା ଫୁଟାନ୍ତି ରୋଷେୟା

BSKY

ବେଜିଂ: ଚାଇନାର ଉହାନ ସ୍ଥିତ ଆନିମଲ ମାର୍କେଟ ଅନେକ ସମୟରୁ ବିବାଦରେ ରହିଆସିଛି । କରୋନାର ପ୍ରଥମ କେସ୍ ଏହିଠାରୁ ହିଁ ମିଳିଥିଲା । ତେବେ କୋଭିଡ୍ ଭାଇରସ୍ କୁ ନେଇ ଅନେକ ପ୍ରକାର କଥା କୁହାଯାଉଛି । କିଏ କହୁଛି କରୋନା ଭାଇରସ୍ କୁ ଉହାନ୍ ଲ୍ୟାବ୍ ରେ ତିଆରି କରାଯାଇଥିଲା ତ ଆଉ କିଏ କହୁଛି ବାଦୁଡ଼ିଙ୍କ ଠାରୁ ଏହି ମାରାତ୍ମକ ଭାଇରସ୍ ଲୋକଙ୍କୁ ବ୍ୟାପିଥିଲା । ତେବେ ଏହା ମଧ୍ୟରେ ଚୀନର ଲୋକଙ୍କ ଅଜବଗଜବ ଖାଦ୍ୟପାନକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଥାଏ ।

ଏଠାକାର ଲୋକମାନେ ଅଧିକାଂଶ ଜୀବ ମାନଙ୍କୁ ରାନ୍ଧି ଖାଇଥାନ୍ତି । ସାରା ଦୁନିଆର ଲୋକ ଜାଣନ୍ତି ଯେ, ଚୀନର ଲୋକମାନେ ସାପ ଓ କୋବ୍ରା ଭଳି ବିଷଧର ଜୀବଙ୍କ ଠାରୁ ଆରମ୍ଭ କରି କୁକୁରଙ୍କ ମଧ୍ୟ ବ୍ୟବସାୟ କରାଯାଏ । ଏସବୁକୁ ଏଠାରେ ରାନ୍ଧି ଖାଇଥାନ୍ତି ଲୋକେ । ଏଠାରେ କୁକୁର ମାଂସ ଫେଷ୍ଟିଭଲ୍ ମଧ୍ୟ ହୋଇଥାଏ । ଯେଉଁଠାରେ ଲକ୍ଷ ଲକ୍ଷ କୁକୁରଙ୍କୁ ମାରି ଦିଆଯାଏ । କୁକୁରଙ୍କ ବର୍ବରତା ଏଠାରେ କାହିଁ କେଉଁ କାଳରୁ ଚାଲି ଆସୁଛି ।

କୁକୁରଙ୍କୁ ଏଠାରେ ସ୍ଲାଟର୍ ହାଉସ୍ ରେ ଜିଅନ୍ତା ହିଁ ଫୁଟା ଯାଇଥାଏ । ଦ ସନ୍ ର ଏକ ରିପୋର୍ଟରେ ପ୍ରକାଶିତ ତଥ୍ୟ ଆଧାରରେ, ଚାଇନାର ମାଂସ କାରବାର ପାଇଁ କୋଟି କୋଟି କୁକୁରଙ୍କୁ ମାରିଦିଆଯାଇଛି । ଅନେକ ଥର ଏଥିରେ ଗର୍ଭବତୀ କୁକୁରଙ୍କୁ ମଧ୍ୟ ଛାଡ଼ନ୍ତି ନାହିଁ ଚୀନର ଲୋକେ । କୁକୁରଙ୍କୁ ଜିଅନ୍ତା ଫୁଟାଯାଉଥିବା କଥାରୁ ହିଁ ଆପଣ ମାନେ ଅନୁମାନ କରିପାରୁଥିବେ ଯେ, କିଭଳି ଭାବେ ଏଠାରେ ପଶୁଙ୍କ ପ୍ରତି କ୍ରୁରତା ଦେଖାଯାଇଥାଏ ।

ଖାଲି ସେତିକି ନୁହେଁ କାଳେ କୁକୁର କେଉଁ ଆଡେ ଦୌଡ଼ି ଚାଲିଯିବେ ତେଣୁ ସେମାନଙ୍ ପଞ୍ଜାକୁ କାଟି ଦିଆଯାଏ । ଏଠାରେ ୧ ବର୍ଷରେ ଦୁଇ କୋଭିଡ୍ କୁକୁରଙ୍କୁ ମାରିଦିଆଯାଇଥାଏ । ଏମାନଙ୍କୁ ସୁପ୍ କରି ପିଅନ୍ତି ଚାଇନାର ଲୋକେ । ଗୋଟିଏ କୁକୁର ସୁପ୍ ପାଇଁ ୧୦୦ ପାଉଣ୍ଡ(ପ୍ରାୟ ୧୦ହଜାର) ନିଅନ୍ତି ।

Get real time updates directly on you device, subscribe now.