fbpx

ପଟେଲ ନଗର ଅଞ୍ଚଳରେ ରେଡ଼ ବେଳେ ଧରାପଡ଼ିଲା ନିଶା ବେପାରୀ, ୩୮୬୬ ନିଶା ବଟିକା ସହ ୯୬ ବୋତଲ କଫ ସିରଫ ଜବତ

ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ଜିଲ୍ଲା ଅବକାରୀ ଅଧିକ୍ଷକ ସିଦେ୍ଧଶ୍ୱର ବେଶରାଙ୍କ ନିର୍ଦ୍ଦେଶକ୍ରମେ ସଦର ବ୍ଲକ ଖରିଆର ରୋଡ ସହରରେ ବେଆଇନ ନିଶା କାରବାର ଉପରେ ନୂଆପଡ଼ା ଅବକାରୀ ବିଭାଗ ଚଢାଉ କରିଛି । ଜଣେ ନିଶାଦ୍ରବ୍ୟ ବ୍ୟବସାୟୀକୁ ଗିରଫ କରିବା ସହ ୯୬ ବୋତଲ କଫ ସିରପ, ୨ ଶହ ଇଞ୍ଜେକ୍ସନ, ୩୮୬୬ ନିଶା ଟାବଲେଟ ଜବତ କରିଛି ଅବକାରୀ ବିଭାଗ ।

ବୁଧବାର ଦିନ ଜୋଙ୍କ ଥାନା ଖରିଆର ରୋଡ ସହର ପଟେଲ ନଗରର ଏକ ଘରେ ବହୁ ନିଶାଦ୍ରବ୍ୟ ସାମଗ୍ରୀ ଗଚ୍ଛିତ ରହିଥିବା ନୂଆପଡା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ମଧ୍ୟାହ୍ନ ସଦର ଅତିରିକ୍ତ ତହସିଲଦାର ଜୟସେନ ଧରୁଆଙ୍କ ନେତୃତ୍ୱରେ ଏକ ଅବକାରୀ ଟିମ ଖରିଆର ରୋଡ଼ ପଟେଲ ନଗରରେ ଚଢାଉ କରିଥିଲେ । ସେଠାରେ ୯୬ ବୋତଲ କଫ ସିରଫ, ୨ ଶହ ଇଞ୍ଜେକ୍ସନ, ୩୮୬୬ ନିଶା ଟାବଲେଟ ଜବତ କରିବା ସହ ନିଶାଦ୍ରବ୍ୟ ବ୍ୟବସାୟୀ ଟୁନୁ ଅଗ୍ରୱାଲଙ୍କୁ ଗିରଫ କରିଥିଲା । ସନ୍ଧ୍ୟାରେ ଅଧିକ ତଦନ୍ତ କରି ଟୁନୁଙ୍କୁ କୋର୍ଟ ଚାଲାଣ କରା ଯାଇଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଅବକାରୀ ଇନ୍ସପେକ୍ଟର ଇନ୍ଦ୍ରଜିତ ସାହୁ, ହୀରାବତି ଥାଟି, ଏଏସଆଇ ଗୁନେ୍ଧ୍ରଶ୍ୱର ପଟେଲ, ସୋନା ମାଝି, କନେଷ୍ଟବଳ ଗିରେନ୍ଦ୍ର କଣ୍ଟା, ମଳୟ ମହାଲିଙ୍ଗ, ସଂଜିବ ସାହୁ, ମୁରଲୀଧର ଶବର, ପୂଣ୍ଣିର୍ମା କଅଁର, ରୀତାଞ୍ଜଳୀ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.