fbpx

ପିରିୟଡସ୍ ସମୟରେ ଯନ୍ତ୍ରଣାରୁ ପାଆନ୍ତୁ ମୁକ୍ତି, ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

ମହିଳାମାନେ ପ୍ରତି ମାସରେ ପିରିୟଡସ୍ ଅର୍ଥାତ୍ ଋତୁସ୍ରାବ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏହି ସମୟରେ ମହିଳା ମାନଙ୍କଠାରେ ଚିଡ଼ିଚିଡ଼ା ପଣ, ପେଟ ଯନ୍ତ୍ରଣା, ଅଣ୍ଟାରେ ଯନ୍ତ୍ରଣା ଆଦି ସାମିଲ ରହିଥାଏ । କିଛି ମହିଳା ଔଷଧ ଖାଇବା କିମ୍ବା ପିରିୟଡସ୍ ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଘରୋଇ ପ୍ରତିକାର ଗ୍ରହଣ କରନ୍ତି । କେତେକ ଏହି ପଦ୍ଧତିଗୁଡ଼ିକରୁ ରିଲିଫ୍ ପାଇଯାଆନ୍ତି, କିନ୍ତୁ ଅନେକ ମହିଳାଙ୍କ ଯନ୍ତ୍ରଣାରେ କୌଣସି ପରିବର୍ତ୍ତନ ଆସି ନଥାଏ । ତେବେ ଏହି ଯନ୍ତ୍ରଣାକୁ କିପରି ହ୍ରାସ କରିବା ପାଇଁ ଡାଏଟରେ କିଛି ଖାଦ୍ୟକୁ ଯୋଡ଼ିବା ଜରୁରୀ ।

୧.ପିରିୟଡସ୍ ସମୟରେ ରକ୍ତ ହ୍ରାସ ହେତୁ ଶଶୀରରେ ଆଇରନ୍ ଅଭାବ ଦେଖାଯାଇଥାଏ । ଏହି କାରଣରୁ ଶରୀର ଦୁର୍ବଳ ହୋଇଯାଇଥାଏ । ଏକ୍ସପର୍ଟଙ୍କ କହିବା ମୁତାବକ ଦୁର୍ବଳ କାରଣରୁ କଷ୍ଟ ଆହୁରି ବଢ଼ିଯାଇଥାଏ । ଏହି ସମୟରେ ଖାଦ୍ୟରେ ନୀଳ ପତ୍ରବାଲା ପରିବା ସାମିଲ କରିବା ଆବଶ୍ୟକ ।

୨. ଏହା ସହ ଖାଇବାରେ ଭାତ ସହ ଦହି ଖାଇବା ଉଚିତ୍ ।
୩. ସେହିପରି ଖାଇବାରେ ପୋଟାସିୟମ ସାମିଲ କରିବା ଲାଗି କଦଳୀ, ସପୁରୀ ଭଳି ଫଳ ଯୋଡ଼ି ପାରିବେ ।
୪. ରକ୍ତସ୍ରାବ ହେତୁ ଶରୀରରେ କ୍ୟାଲସିୟମ ହ୍ରାସ ପାଇଥାଏ । ତେଣୁ କ୍ୟାଲସିୟମ ବୃଦ୍ଧି କରିବା ପାଇଁ କ୍ଷୀର ଏବଂ ପନିର ଆଦି ଖାଇବା ଉଚିତ୍ ଏହା ପେଟ ଯନ୍ତ୍ରଣାରେ ମଧ୍ୟ ହ୍ରାସ କରିଥାଏ ।
୫. ଅଣ୍ଡାରେ ଅନେକ ଶକ୍ତି ଭରି ରହିଥାଏ । ଏଥିରେ ଭିଟାମିନ୍-ସି, ଭିଟାମିନ୍-ଡି ଏବଂ ଭିଟାମିନ୍- ଇ ରହିଥାଏ । ଏହା ଶରୀରରେ ଚିଡଚିଡ଼ାପଣ ଏବଂ ଥକାପଣ କମାଇଥାଏ ।
୬.ଚକୋଲେଟ ଏହା ଏପରି ଏକ ଖାଦ୍ୟ, ଯାହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । ତେବେ ପିରିୟଡସ୍ ସମୟରେ ଚକୋଲେଟ ଖାଇଲେ ଏହା ପିଏମଏସ ଲକ୍ଷଣ ସହ ଲଢ଼ିବାରେ ସହାଯ୍ୟ କରିଥାଏ । ତେବେ ପିରିୟଡସ୍ ସମୟରେ ଯନ୍ତ୍ରଣା କମ୍ କରିବା ଲାଗି ଏପରି ଚକୋଲେଟ ଆଣ୍ତୁ ଯେଉଁଥିରେ ୮୫% କୋକୋଆ ଥିବ ।

Get real time updates directly on you device, subscribe now.