fbpx

ଚେନ୍ନାଇ-ମୁମ୍ବାଇ ମ୍ୟାଚରୁ ରୋଚକ ହେବ ପ୍ଲେ ଅଫର ସମୀକରଣ ? ଜାଣନ୍ତୁ ପଏଣ୍ଟ ଟେବୁଲରେ କ’ଣ ପଡିବ ପ୍ରଭାବ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ର ୫୯ତମ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ। ମୁମ୍ବାଇର ଐତିହାସିକ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ଦୌଡରୁ ବାଦ୍ ପଡି ସାରିଛି। ଅନ୍ୟପଟେ ଏମଏସ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପାଇଁ ପ୍ଲେ ଅଫରେ ପ୍ରବେଶ କରିବା ବହୁତ ମୁସ୍କିଲ ରହିଛି।

ଏହି ମୁକାବିଲାର ଫଳାଫଳ ଦୁଇ ଦଳ ପାଇଁ ବହୁତ ଗୁରୁତ୍ଵ ବହନ କରୁଛି। ମୁମ୍ବାଇ ବିପକ୍ଷରେ ଯଦି ଚେନ୍ନାଇ ହାରିଯାଏ ତେବେ ଦଳର ପ୍ଲେ ଅଫରେ ପହଞ୍ଚିବାର ସମ୍ଭାବନା ସମାପ୍ତ ହୋଇଯିବ। ଯଦି ମୁମ୍ବାଇ ମ୍ୟାଚ୍ ହାରେ ତେବେ ଏହାର ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିବା ସୁନିଶ୍ଚିତ ହୋଇଯିବ। ବାକି ଦୁଇଟି ମ୍ୟାଚ୍ ଜିତିଲେ ମଧ୍ୟ ଦଳର ପଏଣ୍ଟ ୮ରେ ସୀମିତ ରହିବ।

ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ। ଗୁଜରାଟ ୧୨ଟି ମ୍ୟାଚରୁ ୯ ମୁକାବିଲି ଜିତି ୧୮ ପଏଣ୍ଟ ହାସଲ କରିଛି। ପ୍ରଥମ ଦଳ ଭାବେ ଗୁଜରାଟ ଚଳିତ ଆଇପିଏଲରେ ପ୍ଲେ ଅଫରେ ପ୍ରବେଶ କରିଛି। ଦ୍ଵିତୀୟ ସ୍ଥାନରେ ରହିଛି ଲୋକେଶ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଦଳ ଅଦ୍ୟାବଧି ୧୨ଟି ମ୍ୟାଚରୁ ୮ ବିଜୟ ସହ ୧୬ ପଏଣ୍ଟ ପାଇଛି। ଏହା ପରେ ରହିଛି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଉଭୟ ଦଳ ୧୨ଟି ଲେଖାଏଁ ମ୍ୟାଚ୍ ଖେଳି ସାତ ମୁକାବିଲା ଜିତିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ୧୨ ମ୍ୟାଚରୁ ୧୨ ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ସମରାଇଜର୍ସ ହାଇଦ୍ରାବାଦ ଷଷ୍ଠ, କୋଲକାତା ନାଇଟ୍ ରାଇଡର୍ସ ସପ୍ତମ ଏବଂ ପଞ୍ଜାବ କିଙ୍ଗ୍ସ ଅଷ୍ଟମ ସ୍ଥାନରେ ରହିଛନ୍ତି। ଏହି ତିନି ଦଳର ପଏଣ୍ଟ ସଂଖ୍ୟା ହେଉଛି ୧୦-୧୦। ଚେନ୍ନାଇ ଦଳ ନବମ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୧୦ମ ସ୍ଥାନରେ ରହିଛି।

 

Get real time updates directly on you device, subscribe now.