fbpx

କ୍ରିକେଟ ପରେ ଏବେ ସିନେମା ଜଗତରେ ଏଣ୍ଟ୍ରି କରିବେ ମାହି: ଖୁବ ଶୀଘ୍ର ଆରମ୍ଭ ହୋଇପାରେ ଶୁଟିଙ୍ଗ

ନୂଆଦିଲ୍ଲୀ: ଖୁବ ଶୀଘ୍ର ସିନେମା ଜଗତରେ ଡେବ୍ୟୁ କରିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏ ନେଇ ପ୍ରସ୍ତୁତି ହୋଇ ସାରିଥିବା ବେଳେ ଅଭିନେତ୍ରୀ ମଧ୍ୟ ଚୟନ ହୋଇ ସାରିଛନ୍ତି । ତେବେ ପୂର୍ବରୁ ଏକ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ରିଲିଜ ହୋଇ ପାରିଲା ନାହିଁ । ଏବେ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରି ଆଡକୁ ମନ ବଳାଉଛନ୍ତି କ୍ୟାପଟେନ କୁଲ ।

MS Dhoni To Export Vegetables Grown In His Farmhouse To Dubai | RITZ

ତେବେ ଏଥର କିନ୍ତୁ ଧୋନୀ ଜଣେ ଅଭିନେତା ନୁହେଁ, ବରଂ ଜଣେ ପ୍ରଯୋଜକ ଭାବରେ ସିନେମା ଜଗତକୁ ଫେରିବାକୁ ଯୋଜନା କରିଛନ୍ତି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ପ୍ରଡ୍ୟୁସର ଭାବେ ଏଣ୍ଟ୍ରି କରିବେ ଧୋନୀ । ଏ ନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ କାଷ୍ଟ ମଧ୍ୟ ଫାଇନାଲ ହୋଇ ସାରିଛି । ସାଉଥର ସଫଳ ଏବଂ ପ୍ରସିଦ୍ଧ ନାୟିକା ନୟନତାରା ଧୋନୀଙ୍କ ଏହି ଫିଲ୍ମରେ ଲିଡ ରୋଳରେ ନଜର ଆସିବେ ବୋଲି ସୂଚନା ମିଳିଛି ।

Nayanthara invests in 'Chai Wale' with her boyfriend

IPL ରେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଖେଳୁତିବାରୁ ତାମିଲନାଡୁରେ ଧୋନୀଙ୍କର ରହିଛନ୍ତି ଅନେକ ପ୍ରଶଂସକ । ଏଠାରେ ଧୋନୀଙ୍କୁ ଲୋକେ ‘ଥାଲା’ର ଆଖ୍ୟା ଦେଇଛନ୍ତି । ତେଣୁ ତାଙ୍କର ଏହି ଫ୍ୟାନ ଫଲୋଇଙ୍ଗକୁ ନଜରରେ ରଖି ସେ ତାମିଲ ଫିଲ୍ମ ତିଆରି କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ କ୍ରିକେଟରେ ଖୁବ ସଫଳତା ସାଉଁଟିଥିବା ମାହି ଏବେ ସିନେ ଜଗତରେ କେତେ ସଫଳ ହେଉଛନ୍ତି ତାହା ଦେକିବାକୁ ବାକି ରହିଲା ।

Get real time updates directly on you device, subscribe now.