fbpx

ପିରିୟଡସ୍ ସମୟର ଯନ୍ତ୍ରଣାରେ ଖାଆନ୍ତୁ ନାହିଁ ପେନକିଲର୍; ଏହି ଘରୋଇ ଖାଦ୍ୟରୁ ମିଳିବ ତୁରନ୍ତ ମୁକ୍ତି

ପିରୟଡସ୍ ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ସମୟରେ ଜଣେ ମହିଳା ଯନ୍ତ୍ରଣା, ଥକାପଣ, ପେଟ କଷ୍ଟ ଭଳି ସମସ୍ୟା ଅନୁଭବ କରନ୍ତି । ଏହି ଯନ୍ତ୍ରଣା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ତେଣୁ, ଯଦି ଆପଣ ଋତୁସ୍ରାବର କଷ୍ଟକୁ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଏକ ଉତ୍ତମ ଜୀବନଶୈଳୀ ଏବଂ ଏକ ଭଲ ଡାଏଟ୍ ଅନୁସରଣ କରିବାକୁ ପଡିବ । ଯଦି ଆପଣ ଭଲ ଏବଂ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି, ତେବେ ଆପଣ ପିରିୟଡସ୍ ସମୟର ଯନ୍ତ୍ରଣାରେ ଆରାମ ପାଇ ପାରିବେ । ତେଣୁ ଏପରି କିଛି ଖାଦ୍ୟ ରହିଛି ଯାହାକି ଆପଣ ନିଜ ଖାଦ୍ୟରେ ସାମିଲ କରିପାରିବେ । ଏହି ଖାଦ୍ୟଗୁଡ଼ିକ ମାସିକ ଋତୁସ୍ରାବର କଷ୍ଟକୁ ହ୍ରାସ କରିବାରେ ସାହାଯ୍ୟ କରିବ ।

ଏହି ଖାଦ୍ୟ ଦେବ ପିରିୟଡସ୍ ଯନ୍ତ୍ରଣାରୁ ମୁକ୍ତି ।
୧. ଦହି ।
ଚିନି, କ୍ଷୀର କିମ୍ବା ଗ୍ଲୁଟେନ୍ ଖାଇବା ଦ୍ୱାରା ପିରିୟଡସ୍ ଯନ୍ତ୍ରଣା ହୋଇପାରେ । ଏହି ଜିନିଷଗୁଡ଼ିକରେ ଇନଫ୍ଲେମେଟରୀ ଗୁଣ ମିଳିଥାଏ ଯାହା ଶରୀରର ଉତ୍ତାପକୁ ବଢାଇଥାଏ । ଏପରି ପରିସ୍ଥିତିରେ, ଆପଣ ଶରୀରକୁ ଥଣ୍ଡା କରିବା ପାଇଁ ଦହି ଖାଇପାରିବେ । ଏହା ପ୍ରୋବାୟୋଟିକ୍ସରେ ଭରପୁର ଖାଦ୍ୟ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ଅବସ୍ଥାରେ ରଖେ ଏବଂ ପିରିୟଡସ୍ ସମୟର କଷ୍ଟକୁ କମାଇଥାଏ ।

୨. ମୌସମୀ ଫଳ ।
ପରିୟଡସ୍ ସମୟରେ ଯନ୍ତ୍ରଣା କମାଇବା ପାଇଁ ଆପଣ ମୌସମୀ ଫଳ ଖାଇପାରିବେ । ଏହି ଫଳଗୁଡ଼ିକ ଯନ୍ତ୍ରଣା ହ୍ରାସ କରିବାରେ ବହୁତ ସହାୟକ ହୋଇଥାଏ । ଆପଣ ସେଗୁଡ଼ିକୁ ସକାଳେ ଜଳଖିଆ ଭାବରେ ଖାଇପାରିବେ । ଏହା ବ୍ୟତୀତ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଆପଣ ତରଭୁଜ ଏବଂ କାକୁଡି ପରି ଫଳ ମଧ୍ୟ ଖାଇପାରିବେ ।

୩. ଡ୍ରାଏ ଫ୍ରୁଟସ୍ ।
ଡ୍ରାଏ ଫ୍ରୁଟସ୍ ଏବଂ ବାଦାମ ଯନ୍ତ୍ରଣା ହ୍ରାସ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏଥିରେ ଓମେଗା -୩, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆଇରନ୍ ଏବଂ ପ୍ରୋଟିନ୍ ମିଳିଥାଏ । ଏହି ଖାଦ୍ୟ ଭଲ ନିଦରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଡ୍ରାଏ ଫ୍ରୁଟସରେ ମ୍ୟାଗ୍ନେସିୟମ୍ ମିଳିଥାଏ ଯାହା ଆମକୁ ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ ।

୪. ହର୍ବାଲ୍ ଚା’ ପିଅନ୍ତୁ ।
କଫିନ୍ କିମ୍ବା ମଦ୍ୟପାନ କରିବା ଦ୍ୱାରା ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ ପିରିୟଡସ୍ ସମୟରେ ନିଶାଯୁକ୍ତ ପଦାର୍ଥ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଖାଦ୍ୟରେ ରସବେରୀ ଚା’, ପୁଦିନା ଚା’ କିମ୍ବା ହର୍ବାଲ ଚା’ ସାମିଲ କରନ୍ତୁ ଯାହା ଯନ୍ତ୍ରଣାକୁ କମ୍ କରିବାରେ ସହାୟକ ହେବ ।

୫. ସବୁଜ ପନିପରିବା ।
ସବୁଜ ପତ୍ରଯୁକ୍ତ ପନିପରିବାରେ ଆଇରନ ଭରପୂର ରହିଥାଏ ଯାହା ଆପଣଙ୍କ ପିରିୟଡସ୍ ସମୟରେ ଜରୁରୀ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଆଇରନର ଅଭାବ ଥାଏ, ତେବେ ଆପଣ ଶୀଘ୍ର ଥକି ଯାଇପାରନ୍ତି । ସେଥିପାଇଁ ପାଳଙ୍ଗ, ଫୁଲକୋବି ଏବଂ କୋବି ପରି ପନିପରିବା ଖାଆନ୍ତୁ । ଏହି ପନିପରିବା ଶରୀରରେ ଆଇରନର ସ୍ତରକୁ ବଢାଇବ, ଯାହା ଆପଣଙ୍କୁ ପିରିୟଡସ୍ ଯନ୍ତ୍ରଣାରୁ ମୁକ୍ତି ଦେବ ।

Get real time updates directly on you device, subscribe now.