fbpx

ବଡ଼ ଦାଣ୍ଡରେ ଗଡ଼ିବ ରଥ, ଅନୁମତି ଦେଲେ ସୁପ୍ରିମକୋର୍ଟ

Advertisement

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ରଥଯାତ୍ରାକୁ ମିଳିଲା ଅନୁମତି । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରଥଯାତ୍ରା ପୁନର୍ବିଚାର ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଭିଡ଼ିଓ କନଫରେନ୍ସ ଜରିଆରେ ଶୁଣାଣି ହୋଇଛି । ସେହି ଖଣ୍ଡପୀଠରେ ଜଷ୍ଟିସ ବୋପାନ୍ନା ଓ ଜଷ୍ଟିସ ମାହେଶ୍ୱରୀ ଥିଲେ । ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ବିନା ଭକ୍ତ ଓ କଟକଣା ଭିତରେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।

ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ହେଭିୱେଟ ଓକିଲ । ସୋମେନ ହେଉଛନ୍ତି ଏସଜି ତୁଷାର ମେହେଟା, ପୂର୍ବତନ ଏସଜି ହରିଶ ସାଲଭେ, ପୂର୍ବତନ ଏସଜି ରଞ୍ଜିତ କୁମାର, ପୂର୍ବ ଆସିଷ୍ଟାଣ୍ଟ ଏସଜି ମନୀନ୍ଦର ସିଂ, କେ.ଭି ବିଶ୍ୱନାଥ, ପିଏସ ନରସିଂହା, ବରିଷ୍ଠ ଆଇନଜୀବୀ ସିଏସ ବୈଦ୍ୟନାଥନ, ମହେଶ ଜେଠମଲାନି, ଅରଜିତ ପ୍ରସାଦ ।
ଜୁନ ୧୮ରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ତେଣୁ ଏହି ନିଷ୍ପତ୍ତି ଉପରେ ପୁର୍ନବିଚାର କରିବା ପାଇଁ ଆବେଦନ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ହରିଶ ସାଲଭେ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିଲେ ତୁଷାର ମେହେଟା ।

Get real time updates directly on you device, subscribe now.