fbpx

ଗଞ୍ଜାମର ଦଣ୍ଡନାଚକୁ ମିଳିଲା ଅନୁମତି

ଗଞ୍ଜାମ,୧୫ ।୩(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ମିଳିଛି ଅନୁମତି । ପ୍ରଶାସନ ପକ୍ଷରୁ ଦଣ୍ଡନାଚକୁ ଅନୁମତି ମିଳିଥିବା ସୂଚନା ମିଳିଛି । ପୂର୍ବ ନିର୍ଦ୍ଦେଶନାମାରେ ସାମନ୍ୟ ପରିବର୍ତ୍ତନ କରି ଅନୁମତି ଦିଆଯାଇଛି । ନିୟମ ଅନୁସାରେ, କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ପାଇଁ ଅନୁମତି ମିଳିଛି ।

ତେବେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । କରୋନା କଟକଣା ଯୋଗୁ ଚଳିତବର୍ଷ କେବଳ ଦଣ୍ଡନାଚ ମାନସିକଧାରୀଙ୍କ ପାଇଁ ପାରମ୍ପାରିକ ରୀତି ଅନୁଯାୟୀ ପାଳନ ହେବ । କୋଭିଡ୍ ଗାଇଡ଼ଲାଇନ୍ ଅନୁଯାୟୀ କେବଳ ଦଣ୍ଡୁଆଙ୍କ ଦଣ୍ଡନାଚ ଅନୁଷ୍ଠିତ ହେବ । ତାପୁଣି ୨ଶହ ଲୋକଙ୍କୁ ନେଇ, ତାଠୁ ଯଦି ଅଧିକ ହୁଅନ୍ତି, ତେବେ ଆୟୋଜକ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଥିଲା ପ୍ରଶାସନ ।

Get real time updates directly on you device, subscribe now.