fbpx

୧୨,୦୦୦ ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଦାମ୍

ବାହାଘର ଋତୁ ଆସୁଥିବାରୁ ପୁଣି ବଢିବାରେ ଲାଗିଛି ସୁନା-ରୂପା ଦର । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୦.୪ ପ୍ରତିଶତ ବୃଦ୍ଧି ସହ ଆଜିର ସୁନା ଦର ପ୍ରତି ୧୦ ଗ୍ରାମ ୪୪,୯୧୫ ଟଙ୍କା ସ୍ତରରେ କାରବାର କରୁଛି । ଏଥି ସହିତ ରୂପା ଦର ୦.୬ ପ୍ରତିଶତ ବୃଦ୍ଧି ହୋଇ ପ୍ରତି କିଲୋଗ୍ରାମ ୬୭,୨୭୩ ଟଙ୍କା ହୋଇଛି । ଗତ ବର୍ଷ ଅଗଷ୍ଟ ମାସ ତୁଳନାରେ ସୁନା ଦାମ୍ ୧୨,୦୦୦ ଟଙ୍କା ହ୍ରାସ ପାଇଥିବାବେଳେ ରୂପା ଦାମ୍ ପ୍ରାୟ ୧୧,୦୦୦ ଟଙ୍କା ଶସ୍ତା ହୋଇଛି । ଯଦି ଆପଣ କେବଳ ଏହି ବର୍ଷ ବିଷୟରେ କଥା ହୁଅନ୍ତି ତେବେ ସୁନା ଦାମ୍ ପ୍ରାୟ ୬ ହଜାର ଟଙ୍କା ହ୍ରାସ ପାଇଛି ।

୨୪ କ୍ୟାରେଟ୍ ସୁନା ଦାମ୍ ବିଷୟରେ କହିବାକୁ ଗଲେ ଆଜି ରାଜଧାନୀ ଦିଲ୍ଲୀରେ ପ୍ରତି ୧୦ ଗ୍ରାମ ସୁନା ଦାମ୍ ୪୮୧୮୦ ଟଙ୍କା ରହିଛି । ଏହା ବ୍ୟତୀତ ଚେନ୍ନାଇରେ ୪୬,୧୭୦ ଟଙ୍କା, ମୁମ୍ବାଇରେ ୪୪,୮୮୦ ଓ କୋଲକାତାରେ ୧୦ ଗ୍ରାମ ପିଛା ୪୬୯୫୦ ଟଙ୍କା ରହିଛି ।

ଆନ୍ତର୍ଜାତୀୟ ବଜାରରେ ସୁନା ଦ୍ରୁତ ଗତିରେ କାରବାର କରୁଛି । ଆମେରିକାରେ ସୁନା ଦାମ୍ ୧.୧୪ ବୃଦ୍ଧି ପାଇ ପ୍ରତି ଆଉନ୍ସ ୧,୭୧୭.୨୨ ଡଲାର ରହିଛି । ଏଥି ସହିତ ରୂପା ଦାମ୍ ୦.୦୯ ଡଲାର ବୃଦ୍ଧି ସହିତ ପ୍ରତି ଆଉନ୍ସ ୨୬.୦୨ ଡଲାର ସ୍ତରରେ କାରବାର କରୁଛି ।

Get real time updates directly on you device, subscribe now.