fbpx
BSKY
BJD MC SKY
BJD YOUTH SKY

Video: ରାମ ଦୋଳିରେ ଝୁଲି ଏପରି ଷ୍ଟଣ୍ଟ କଲେ ଯୁବକ, ଲୋକଙ୍କର ଉଡ଼ିଲା ହୋସ୍

ସମଗ୍ର ବିଶ୍ୱରେ ଅନେକ ପ୍ରକାରର ପାଗଳ ଲୋକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଯାଏ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଖାସ୍ କରି ଆଜିକାଲି ନିଜକୁ ଭାଇରାଲ କରିବା ପାଇଁ ଲୋକେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ଧରଣର ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳୁଛି। ଠିକ୍ ଏମିତି ଏକ ଭିଡିଓ ଏବେ ଆପଣଙ୍କ ସାମ୍ନାରେ । ଯାହାକୁ ଦେଖିଲେ ଆପଣଙ୍କର ବି ହୋସ୍ ଉଡିଯିବ ।

ଦେଶରେ ବିଭିନ୍ନ ସ୍ଥାନରେ କୌଣସି ନା କୌଣସି ଉତ୍ସବି ପାଇଁ ମେଳା ଆୟୋଜିତ ହୋଇଥାଏ। ଏହି ମେଳାରେ ବିଭିନ୍ନ ଦୋକାନ ବଜାର ସାଙ୍ଗକୁ ଝୁଲା ଦୋଳି ମଧ୍ୟ ଲାଗିଥାଏ। ଯେଉଁଥିରେ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବସି ମଜା ଉଠାଇଥାନ୍ତି। ବିଶେଷ କରି ରାମ ଦୋଳିକୁ ସଭିଏଁ ପସନ୍ଦ କରନ୍ତି। ଏହା ପବନରେ ଖୋଲା ଆକାଶରେ ବୁଲିଲା ଭଳି ଅନୁଭବ ହୋଇଥାଏ। ପିଲାମାନେ ପ୍ରାୟତଃ ଏଥିରେ ବସିବାକୁ ଜିଦ୍ ଧରିଥାନ୍ତି। ତେବେ ବର୍ତ୍ତମାନ ଏହି ରାମ ଦୋଳିର ଏକ ଭିଡିଓ ଭାଇରାଲ ହେଉଛି ଯାହା ଉପରେ ଜଣେ ବ୍ୟକ୍ତି ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି। ହଠାତ୍ ଏହି ଭିଡିଓଟିକୁ ଦେଖିଲେ ଛାତି ଥରି ଉଠିବ ।

ଭାଇରାଲ ହେଉଥିବା ଭିଡିଓରେ, ଜଣେ ବ୍ୟକ୍ତି ମେଳାରେ ଲାଗିଥିବା ଏକ ରାମ ଦୋଳିର ଅତି ନିକଟରେ ଛିଡା ହୋଇଛନ୍ତି ଏବଂ ଦୋଳିଟି ବୁଲୁଥିବା ସମୟରେ ସେ ଉତ୍ସାହିତ ହୋଇ ନିଜ ହାତ ଉପରକୁ ଉଠାଇ ଦୋଳିର ଏକ ବାଡକୁ ଧରି ଉପରକୁ ଉଠିଗଲେ। ଏବଂ ଦୋଳି ସହିତ ପୁଣି ତଳକୁ ଖସି ଆସି ଓହ୍ଲାଇ ପଡିଲେ । ଯାହା ଦେଖି ପାଖରେ ଥିବା ଲୋକେ ଡରିଯାଇଥିଲେ। ଯଦି ବ୍ଯକ୍ତି ଜଣକ ତଳେ ପଡିଯିବେ ତାହାହେଲେ ଅବସ୍ଥା ଯାହା ହେବ ନକହିବା ଭଲ ।

ଏଭଳି ଅନେକ ଦୁର୍ଘଟଣା ପୂର୍ବରୁ ଦେଖିବାକୁ ମିଳିଥିବା ସହିତ ଏଭଳି ଷ୍ଟଣ୍ଟ କରିବା ସମୟରେ ସାମାନ୍ୟ ଭୁଲ ହେତୁ ଜୀବନ ଯାଇଥିବା ମଧ୍ଯ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏପରି ଷ୍ଟଣ୍ଟ ନକରିବାକୁ ପରାମର୍ଶ ଦେଉଛନ୍ତି ଅନେକ ୟୁଜର୍ସ।

Get real time updates directly on you device, subscribe now.