fbpx
BJD SKY
BJD SKY

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ମିଳିବ ୫ ହଜାର ପୁରସ୍କାର, ଜାଣନ୍ତୁ କେଉଁଠି ଲାଗୁହେଲା

BJD

ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଜନସାଧାରଣଙ୍କ ପାଇଁ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ । ଏଥିସହିତ ଉକ୍ତ ବ୍ୟକ୍ତିଙ୍କୁ ସମ୍ମାନିତ ମଧ୍ୟ କରାଯିବ । ଅର୍ଥ ବିଭାଗ ଏନେଇ ଜୀବନ ରକ୍ଷକ ଯୋଜନାର ଆରମ୍ଭ କରିଛି ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଜୀବନ ରକ୍ଷକ ଯୋଜନା ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରିବା । ଏହି ଯୋଜନାର ସମସ୍ତ ଖର୍ଚ୍ଚ ଭରଣା ବଜେଟ ଅନ୍ତର୍ଗତ ସଡ଼କ ସୁରକ୍ଷା କୋଷ ଦ୍ୱାରା ଭରଣା କରାଯିବ । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ରାଜ୍ୟର ସରକାରୀ ବା ବେସରକାରୀ ହସ୍ପିଟାଲରେ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ତେବେ ଏହି ଯୋଜନାକୁ ସଫଳ କରିବା ପାଇଁ ସଡ଼କ ସୁରକ୍ଷା କୋଷରୁ ଜନ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ୫ କୋଟିର ରାଶି ପ୍ରଦାନ କରାଯିବ । ସହାୟତା କରିଥିବା ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିଲେ ସେ ନିଜର ନାମ, ଠିକଣା ଓ ମୋବାଇଲ ନମ୍ବର ସହିତ ହସ୍ପିଟାଲର ସାମାନ୍ୟ ସୂଚନା ଦେବାକୁ ପଡ଼ିବ । ଯଦି ଏକାଧିକ ବ୍ୟକ୍ତି ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବେ, ତେବେ ସମସ୍ତଙ୍କୁ ସମାନ ଧରଣର ପୁରସ୍କାର ରାଶି ପ୍ରଦାନ କରାଯିବ । ତେବେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଜଣଙ୍କ ଅବସ୍ଥା ଗମ୍ଭୀର ଅଛି ବା ନାହିଁ ତାହା ମେଡିକାଲ ଅଫିସର ସ୍ଥିର କରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.