fbpx
BSKY
BJD MS SKY
BJD YOUTH SKY

ଗୁଜୁରାଟ ମଡେଲ୍ ଦେଖିବେ, ଓଡ଼ିଶାରେ ସକ୍ସେସ ପାଇଁ ଚେଷ୍ଟା କରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କର ନେତୃତ୍ୱରେ ରାଜ୍ୟ ବିଜେପି ସଂଗଠନର ଏକ ବିଶେଷ ଦଳ ଗୁଜୁରାଟ ଗସ୍ତ କରୁଛନ୍ତି । ଏହି ଅବସରରେ ଗୁଜୁରାଟରେ ଆଗାମୀ ୩ ଦିନ ଧରି ସଂଗଠନ ମଡେଲ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ବୈଠକ ଏବଂ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଦଳରେ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମୀ ମାନେ ରହିଛନ୍ତି । ସେମାନେ ହେଲେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ୍ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ସାରଦା ପ୍ରସାଦ ଶତପଥୀ, ରେଙ୍ଗାଲି ସାଂସଦ ନାଉରୀ ନାୟକ, ଲୋହିସିହ୍ନା ସାଂସଦ ମୁକେଶ ମହାଲିଂ, ଅଶୋକ ମିଶ୍ର, ଅଭିମନ୍ୟୁ ସେଠୀ ।

ଗୁଜୁରାଟ ମଡେଲକୁ ଅନେକ ରାଜ୍ୟ ଅନୁସରଣ କରିବାର ନଜିର ରହିଛି । ପୁଞ୍ଜିନିବେଶ ହେଉ କି ରୋଜଗାର ପ୍ରଦାନରେ ଗୁଜୁରାଟ ଦେଶରେ ଉଲ୍ଲେଖନୀୟ ଯୋଗଦାନେ ଦେଇଛି । ବିଶେଷ କରି ଓଡ଼ିଶାର ଲକ୍ଷାଧିକ କୁଶଳୀ ଶ୍ରମଜୀବୀ ଗୁଜୁରାଟର ଅନେକ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ଗୁଜୁରାଟ କମ୍ପାନୀ ଗୁଡ଼ିକରେ ମାନବ ସମ୍ବଳ ରେ ଓଡ଼ିଶା କର୍ମଜୀବୀ ଲୋକଙ୍କ ଉଲ୍ଳେଖନୀୟ ଅବଦାନ ରହିଛି ।

Get real time updates directly on you device, subscribe now.