fbpx

ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଥିଲେ ଆଜି ବିଶ୍ୱକର୍ମା ପୂଜାରେ କରନ୍ତୁ ନାହିଁ ଏହି ଭୁଲ, ହୋଇଯିବ ବଡ଼ କ୍ଷତି

ଦେବଶିଳ୍ପୀ ବିଶ୍ୱକର୍ମା ସମସସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ବିଶ୍ୱକର୍ମା ପୂଜା ପ୍ରତ୍ୟେକ ବର୍ଷ କନ୍ୟା ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଥାଏ । ଆଜିର ବିଶ୍ୱକର୍ମା ଦିବସ ଅବସରରେ ସମଗ୍ର ଦେଶରେ ବିଶ୍ୱକର୍ମାଙ୍କ ପୂଜା-ଅର୍ଚ୍ଚନା ଧୁମଧାମରେ ଚାଲିଛି । ଏହି ଦିନ ସମସ୍ତ ଇଞ୍ଚିନିୟର, କାରଖାନା ମାଲିକମାନେ ମେସିନ୍ ପୂଜା କରିଥାନ୍ତି । କୁହାଯାଏ ଯେ, ଭଗବାନ ବିଶ୍ୱକର୍ମା ଦୁନିଆର ପ୍ରଥମ ବାସ୍ତୁକାର । ସେ ଭଗବାନ ବିଷ୍ଣୁଙ୍କ ବଂଶଜ ହୋଇଥିବା ବେଳେ ତାଙ୍କ ଆଦେଶ ଅନୁସାରେ ଭଗବାନ ବିଶ୍ୱକର୍ମା ପୃଥିବୀର ରଚନା କରିଥିଲେ । ମାନ୍ୟତା ରହିଛି କି, ଏହି ଦିନ ବିଧି ବିଧାନର ସହ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା କଲେ ବ୍ୟବସାୟରେ ଉନ୍ନତି ସାଙ୍ଗକୁ ଲାଭ ମିଳିଥାଏ । ପୌରାଣିକ କଥାରେ, ଏହି ଦିନ ପୂଜା ପାଇଁ କିଛି ନିୟମ ମଧ୍ୟ ରହିଛି ।

ତେବେ ଆସନ୍ତୁ ଜାଣିବା ବିଶ୍ୱକର୍ମା ପୂଜାରେ କ’ଣ କରିବା ଉଚିତ୍ ନୁହେଁ…

– ଯଦି ଆପଣ କୌଣସି କାରଖାନାର ମାଲିକ, ତେବେ ଏହି ଦିନ ଯନ୍ତ୍ରପାତି ବ୍ୟବହାର କରନ୍ତୁ ନାହିଁ । ଏହାକୁ ସଫାସୁତରା କରି ପୂଜା କରନ୍ତୁ ।

– ଏହି ଦିନ ଘରେ ହେଉ କି କାରଖାନାରେ, ଯନ୍ତ୍ରପାତି ଆଦିକୁ ସମ୍ମାନର ସହ ରଖନ୍ତୁ ଏବଂ ଏହାକୁ ପୂଜା କରନ୍ତୁ ।

– ଯେଉଁ ବସ୍ତୁଗୁଡ଼ିକୁ ଆପଣ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି, ସେଗୁଡ଼ିକୁ ବିଶ୍ୱକର୍ମା ପୂଜାରେ ସଫାସୁତରା କରିବାକୁ ଭୁଲନ୍ତୁ ନାହିଁ । ଆପଣ ନିଜ ଗାଡ଼ିକୁ ସଫା କରନ୍ତୁ ଏବଂ ଏହାର ପୂଜା କରନ୍ତୁ ।

– ବିଶ୍ୱକର୍ମା ପୂଜା ଦିନ ଭୁଲ୍ରେ ବି ମଦ, ମାଂସ ସେବନ କରିବା ଉଚିତ ନୁହେଁ । ନିଜ ବେପାର ବୃଦ୍ଧି ପାଇଁ ଆପଣଙ୍କୁ ଏହି ଦିନ ଗରିବ ଲୋକ ନଚେତ୍ ବ୍ରାହ୍ମଣଙ୍କୁ ଦାନ ଅବଶ୍ୟ ଦେବା ଉଚିତ ।

– ଯେଉଁ ଲୋକଙ୍କର ଛୋଟ, ବଡ଼ ଫ୍ୟାକ୍ଟ୍ରି ଅଛି କିମ୍ବା ସେମାନଙ୍କର ମେସିନ ସହ ଜଡ଼ିତ କୌଣସି କାମ ରହୁଛି, ତା’ହେଲେ ସେମାନଙ୍କୁ ବିଶ୍ୱକର୍ମା ପୂଜା ଦିନ ନିଜ ମେସିନକୁ ବ୍ୟବହାର କରିବା ଉଚିତ ନୁହେଁ ।

Get real time updates directly on you device, subscribe now.