fbpx

ପୋଷା କୁକୁର ନୁହେଁ , କୁକୁର ପୋଷୁଛି : ବର୍ଷକୁ ରୋଜଗାର ୮ କୋଟି

ନୂଆଦିଲ୍ଲୀ : କିଛି ଲୋକ ଡଗ୍ ଲଭର୍ ହୋଇଥିବା ବେଳେ ଆଉ କିଛି ଲୋକ କୁକୁରକୁ ଘୃଣା କରନ୍ତି । ସେମାନେ ଭାବନ୍ତି ଯେ କୁକୁର ହେଉଛି ଅଦରକାରୀ ଜୀବ, ସେମାନଙ୍କୁ ଘରେ ପୋଷି କିଛି ଲାଭ ନାହିଁ । ଅଯଥା ସେମାନଙ୍କ ପିଛାରେ ହଜାର ହଜାର ଟଙ୍କା ଖର୍ଚ୍ଚ ହୁଏ । କିନ୍ତୁ ଯଦି ଆମେ କହିବୁ ମଣିଷ କୁକୁରକୁ ନୁହେଁ ବରଂ ଏକ କୁକୁର ତା’ ମାଲିକକୁ ପୋଶୁଛି ତେବେ କ’ଣ ଆପଣ ବିଶ୍ୱାସ କରିବେ ? କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ଏକଦମ୍ ସତ । ଆମେ ଏମିତି ଏକ କୁକୁର ବିଷୟରେ କହିବାକୁ ଯାଉଛିୁ ଯିଏ ମାସକୁ ଲକ୍ଷ ଲକ୍ଷ ଟଙ୍କା ଏବଂ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରି ତା ମାଲିକୁ ପୋଷୁଛି । ତା ମାଲିକ ମଧ୍ୟ ଏବେ ସବୁ କାମଧନ୍ଧା ଛାଡି ଏହି କୁକୁର ସେବାରେ ଲାଗିପଡିଛି ।

ଇନଷ୍ଟାଗ୍ରାମ, ଟିକଟୋକ ଇତ୍ୟାଦି ସମଗ୍ର ବିଶ୍ୱରେ ଅନେକ ନୂଆ ଷ୍ଟାର ଦେଇଛି । ଖାଲି ପ୍ରତିଭା ପ୍ରଦର୍ଶନର ମାଧ୍ୟମ ପାଲଟିଛି ତାହା ନୁହେଁ ରୋଜଗାରର ମଧାମ ମଧ୍ୟ ପାଲଟିଛି । ଅନେକ ଲୋକ ଏଥିରୁ ପ୍ରଚୁର ଟଙ୍କା ରୋଜଗାର କରୁଛନ୍ତି । ଏହି ଧାରାରେ ଏହି କୁକୁର ମଧ୍ୟ ବାଦ୍ ପଡିନି । ଏବେ ଏହି କୁକୁର ସୋସିଆଲ ମିଡିଆର ଷ୍ଟାର ଡଗ୍ । ପ୍ରତିଦିନ ଭଳିକି ଭଳି ଭିଡିଓ ସୋସିଆଲ ମିଡିଆରେ ଏହି କୁକୁରର ଦେଖିବାକୁ ମିଳେ । ଆପଣ କେବେ ଭାବିଥିବେ ଏହି କୁକୁର ସୋସିଆଲ ମିଡି÷ଆରୁ ବର୍ଷକ ମଧ୍ୟରେ କୋଟି କୋଟି ଟଙ୍କା ରୋଜଗାର କରୁଛି । ବାର୍ଷିକ ଆୟ ଆଠ କୋଟି ୨୮ ଲକ୍ଷ ଟଙ୍କା ଏହି କୁକୁରର ରୋଜଗାର ।

ପ୍ରିଣ୍ଟେଡ୍ ପେଟ ମେମୋରୀ ନାମକ ଏକ କମ୍ପାନୀ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ସୋସିଆଲ ମିଡିଆରେ ଡଗ୍ ଷ୍ଟାର ଟକର୍ ହେଉଛି ଅତ୍ୟନ୍ତ ଧନୀ । ଦୁଇ ବର୍ଷ ବୟସରୁ, ଟକର୍ ପ୍ରାୟୋଜିତ ବିଜ୍ଞାପନ ମାଧ୍ୟମରେ କୋଟି ଟଙ୍କା ରୋଜଗାର କରୁଛି । ଟକରଙ୍କ ମାଲିକାଣୀଙ୍କ ନାମ କୋର୍ଟନି ବଗିନ୍, ଯିଏ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ପରିଚାଳନା କରନ୍ତି । ସେ ‘ନ୍ୟୁୟର୍କ ପୋଷ୍ଟ’କୁ କହିଛନ୍ତି ଯେ ୟୁଟ୍ୟୁବ ୩୦ ମିନିଟର ଭିଡିଓ ପାଇଁ ୩୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଦେଇଥାଏ।
ଇନଷ୍ଟାଗ୍ରାମ ମାଧ୍ୟମରେ ସେ ତିନି ରୁ ଆଠଟି ପୋଷ୍ଟ ପାଇଁ ୧୬ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କୋଟି ଟଙ୍କା ରୋଜଗାର କରନ୍ତି । ସେ ଗୋଟିଏ ବର୍ଷରେ ମୋଟ ଆଠ କୋଟିରୁ ଅଧିକ ରୋଜଗାର କରନ୍ତି । ୩୧ ବର୍ଷୀୟ ବଗିନ୍ ପୂର୍ବରୁ ହୋମ୍ କେୟାର ଥିଲେ ଏବଂ ତାଙ୍କ ସ୍ୱାମୀ ମାଇକ ଜଣେ ସିଭିଲ ଇଞ୍ଜିନିୟର ଥିଲେ। ଟକରଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ପରିଚାଳନା କରିବା ପାଇଁ ଦୁହେଁ ଚାକିରି ଛାଡିଥିଲେ। ଏଥିରୁ ସେମାନେ ବର୍ତ୍ତମାନ ବମ୍ପର ରୋଜଗାର କରୁଛନ୍ତି ।

ଜୁନ୍ ୨୦୧୮ ରେ ସେମାନେ ଟକରକୁ ପାଇଥିଲେ, ଯେତେବେଳେ ସେ ଆଠ ସପ୍ତାହ ହୋଇଥିଲେ ।ଏହି ସମୟରେ ମହିଳା ଜଣକ ତାଙ୍କ ଇନଷ୍ଟାଗ୍ରାମ ପେଜ କରିଥିଲେ। ପରବର୍ତ୍ତୀ ମାସରେ ତାଙ୍କ ଭିଡିଓ ଭାଇରାଲ ହୋଇଥିଲା। ବଗିନ୍ କହିଛନ୍ତି ଯେ ସେହି ଭିଡିଓରେ ଆମେ ତାଙ୍କୁ ଏକ ବରଫ କ୍ୟୁବ୍ ଦେଇଥିଲୁ, ଯାହା ସହିତ ସେ ଖେଳୁଥିଲେ । ଏହା ପରେ ମୁଁ ଜାଣିଲି ଯେ ଅନେକ ଲୋକ ମୋ କୁକୁର ପ୍ରତି ଆଗ୍ରହୀ । ଯେତେବେଳେ ତାଙ୍କୁ ମାତ୍ର ୬ ମାସ ହୋଇଥିଲା, ସୋସିଆଲ ମିଡିଆରେ ତାଙ୍କର ୬୦,୦୦୦ ଫଲୋର୍ସ ଥିଲେ। ଏବେ ଟକରର ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରାୟ ୨୫ ନିୟୁତ ଫଲୋର୍ସ ଅଛନ୍ତି । ଏଥିମଧ୍ୟରୁ ଟିକଟୋକରେ ଏକ କୋଟି ଦଶ ଲକ୍ଷ ଫଲୋର୍ସ, ୟୁଟ୍ୟୁବରେ ୫୧ ଲକ୍ଷ, ଫେସବୁକରେ ୪୩ ଲକ୍ଷ, ଇନଷ୍ଟାଗ୍ରାମରେ ୩୪ ଲକ୍ଷ ଏବଂ ଟ୍ୱିଟରରେ ୬୨ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି।

Get real time updates directly on you device, subscribe now.