fbpx

କାନ ଧରି ରାଜରାସ୍ତାରେ ଆଣ୍ଠେଇଲେ: ଅଭିନବ ପ୍ରତିବାଦ କଲେ PET ଶିକ୍ଷକ ଆଶାୟୀ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାନ ଧରି ରାଜରାସ୍ତାରେ ଆଣ୍ଠେଇଛନ୍ତି ଶିକ୍ଷକ ଆଶାୟୀ । ପିଇଟି, ହିନ୍ଦି ଓ ସଂସ୍କୃତ ଶିକ୍ଷକ ମାନେ ସରକାରୀ ଉଦାସୀନତା ବିରୋଧରେ ପ୍ରତିବାଦ କରିବା ପାଇଁ ରାଜରାସ୍ତାରେ ଆଣ୍ଠେଇ ପ୍ରତିବାଦ କରିଛନ୍ତି । ଏହି ଆଶାୟୀ ମାନଙ୍କର କହିବା ଅନୁଯାୟୀ ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ୨୦୨୧ ପୂର୍ବରୁ ପିଇଟି, ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ଏହାକୁ ପୂରଣ କରାଯାଇନଥିଲା । ୭ ବର୍ଷର ଆନ୍ଦୋଳନ ପରେ ଏନେଇ ବିଜ୍ଞପ୍ତି ବାହାରିଲା ଏବଂ ପରୀକ୍ଷା ମଧ୍ୟ ହେଲା ।

ତେବେ ପରୀକ୍ଷାରେ ରହିଥିବା ପ୍ରଶ୍ନପତ୍ର ସିଲାବସ ବାହାରର ରହିଥିଲା । ଫଳସ୍ୱରୂପ ଶତାଧିକ ଆଶାୟୀଙ୍କୁ ନିରାଶ ହେବାକୁ ପଡିଥିଲା । ରାଜ୍ୟରେ ମିଳୁଥିବା ବହି ହିସାବରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇନଥିଲା । ଏହା ସହିତ ବର୍ତ୍ତମାନ କେବଳ ଏସସି ଓ ଏସଟି ବର୍ଗର ପିଲାଙ୍କ ପାଇଁ ବିଜ୍ଞପ୍ତି ବାହାରିବ । ତେବେ ଅଣ ସଂରକ୍ଷିତ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଆଶାୟୀ ମାନେ କଣ କରିବେ । ଏମିତି କିଛି ପ୍ରଶ୍ନ ସହିତ ଗୋଟିଏ ହାତରେ ବହି ଏବଂ ଗୋଟିଏ ହାତରେ କାନ ଧରି ଅଭିନବ ପ୍ରତିବାଦ କରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.