fbpx

ପୁରୁଷମାନେ ମାଂସ ଖାଇବା ଛାଡ଼ନ୍ତୁ, ମହିଳାମାନେ Sex Strike କରନ୍ତୁ: PETAର ଅପିଲକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ: ଅଧିକ ମାଂସ ଖାଉଥିବା ପୁରୁଷମାନେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ପାଇଁ ଦାୟୀ । ପୁରୁଷମାନେ ଏଥିରୁ ନିବୃତ୍ତ ରହିବା ଦରକାର । ଅଧିକ ମାଂସ ଖାଉଥିବା ପୁରୁଷଙ୍କ ସହ ମହିଳାମାନେ ଯୌନ ସମ୍ପର୍କ ରକ୍ଷା କରିବା ଅନୁଚିତ । ପୁରୁଷଙ୍କୁ ଶାକାହାରୀ କରିବାକୁ ହେଲେ ମହିଳାଙ୍କୁ ସେକ୍ସ ଷ୍ଟ୍ରାଇକ୍ ବା ଯୌନ ଧର୍ମଘଟ କରିବା ଦରକାର । ପୃଥିବୀର ହିତ ପାଇଁ ମହିଳାମାନେ ମାଂସାହାରୀ ପୁରୁଷଙ୍କ ସହ ଯୌନ ସମ୍ପର୍କରୁ ନିବୃତ୍ତ ରହିବା ଉଚିତ । ପିପୁଲ ଫର୍ ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ପକ୍ଷରୁ ଏଭଳି ଅପିଲ କରାଯାଇଛି ।

ପେଟାର ଜର୍ମାନୀ ଶାଖା ପକ୍ଷରୁ କୁହାଯାଇଛି, ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମାତ୍ରାରେ ମାଂସ ସେବନ କରିଥାନ୍ତି । ଯଦି ମହିଳମାନେ ପୁରୁଷଙ୍କ ସହ ଯୌନ ସମ୍ପର୍କ ସ୍ଥାପନ ନକରିବେ, ତେବେ ପୁରୁଷମାନେ ମାଂସ ଆହାର କରିବା ଛାଡ଼ି ଶାକାହାରୀ ପାଲଟିଯିବେ । ସେକ୍ସ ଷ୍ଟ୍ରାଇକ ଦୁନିଆକୁ ବଞ୍ଚାଇବାରେ ସହାୟକ ହେବ । ତେବେ ପେଟା ପକ୍ଷରୁ ଏଭଳି ଅପିଲ କରାଯିବାକୁ ନେଇ ଏବେ ଚାରିଆଡ଼େ ଅସନ୍ତୋଷର ବାତାବରଣ ଦେଖାଯାଇଛି ।

ସୂଚନାଯୋଗ୍ୟ ଯେ, ଖୀଷ୍ଟପୂର୍ବ ୪୧୧ରେ ଲେଖାଯାଇଥିବା ଏକ ନାଟକରେ ନାଟ୍ୟକାର ଆରିଷ୍ଟୋଫାନ୍ସ ‘ସେକ୍ସ ଷ୍ଟ୍ରାଇକ’ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ଉକ୍ତ ନାଟକରେ ନିଜର ଦାବି ପୂରଣ ପାଇଁ ଜଣେ ମହିଳା ତାଙ୍କ ପତିଙ୍କ ସହ ଯୌନ ସମ୍ପର୍କ ରକ୍ଷା କରିବାକୁ ମନା କରିଦେଇଥିଲେ । ପାଖାପାଖି ୨ ହଜାର ବର୍ଷ ପରେ ୧୫୩୦ରେ ନିକାରାଗୁଆର ମହିଳମାନେ ସ୍ପେନର କ୍ରୀତଦାସ ପ୍ରଥାକୁ ବନ୍ଦ କରିବା ପାଇଁ ଏହି ରଣନୀତି ବ୍ୟବହାର କରିଥିଲେ ।

ମାଂସ ଖାଉଥିବୀ ଲୋକଙ୍କ ପାଇଁ ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗମନ ବଢ଼ୁଛି । ମହିଳାଙ୍କ ତୁଳନାରେ ପୁରୁଷମାନେ ବାୟୁମଣ୍ଡଳକୁ ୪୧ ପ୍ରତିଶତ ଅଧିକ ପ୍ରଦୂଷିତ କରୁଥିବା ରିସର୍ଚ୍ଚରୁ ଜଣାପଡ଼ିଛି । ତେଣୁ ଏଥିପାଇଁ ସନ୍ତାନ ଜନ୍ମ ଉପରେ ନିୟନ୍ତ୍ରଣ କରିବା ଆବଶ୍ୟକ । ଏହାଦ୍ୱାରା ପ୍ରତି ଶିଶୁ ପିଛା ୫୮.୦୬ ଟନ କାର୍ବନ ନିର୍ଗମନ ବଞ୍ଚାଇବା ସମ୍ଭବ । ଧରିତ୍ରୀର ତାପମାନ ବୃଦ୍ଧିକୁ ରୋକିବା ପାଇଁ ମାଂସ ଉପରେ ୪୧ ପ୍ରତିଶତ ଟ୍ୟାକ୍ସ ଲାଗିବା ଦରକାର ବୋଲି ପେଟା ପକ୍ଷରୁ ଦାବି କରାଯାଇଛି ।

Get real time updates directly on you device, subscribe now.