fbpx

OSSCରେ ବମ୍ପର ନିଯୁକ୍ତି ସୁଯୋଗ: ୩୬ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଓଡ଼ିଶା ଅର୍ଥନୈତିକ ଏବଂ ପରିସଂଖ୍ୟାନ ବିଭାଗ ଅଧୀନରେ ଅନୁସନ୍ଧାନକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। OSSC ବିଜ୍ଞାପନ ଅନୁଯାୟୀ, ୩୬ ଟି ପଦବୀ ପୂରଣ ପାଇଁ ପ୍ରାର୍ଥୀମାନେ ୨୭ ସେପ୍ଟେମ୍ବରରୁ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୬ ରହିଛି। ଆଶାୟୀମାନେ OSSCର ଅଫିସିଆଲ ୱେବସାଇଟ https://www.ossc.gov.in/ରେ ଆବେଦନ କରିପାରିବେ।

ନିଯୁକ୍ତିର ପ୍ରଥମ ବର୍ଷରେ ୧୩୫୦୦ ଟଙ୍କା ଦରମା ମିଳିବାକୁ ଥିବା ବେଳେ ଏହି ନିଯୁକ୍ତି ଚୁକ୍ତିନାମା ଆଧାରରେ ହେବ। ସମୟ ସମୟରେ ଓଡିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଦରମା ସଂଶୋଧନ ଅଧୀନରେ ରହିବ ବୋଲି ଓଏସଏସସି ବିଜ୍ଞପ୍ତିରେ କୁହାଯାଇଛି।

ଅନ୍ୟାନ୍ୟ ବିବରଣୀ:

ଏହି ପଦବୀରେ ନିଯୁକ୍ତି ଓଡିଶା ଗ୍ରୁପ୍ ସି, ଡି ପୋଷ୍ଟ (ଚୁକ୍ତିଭିତ୍ତିକ) ନିୟମ, ୨୦୧୩ ଏବଂ ଓଡ଼ିଶା ସବୋର୍ଡେଟ୍ ପରିସଂଖ୍ୟାନ ଏବଂ ଅର୍ଥନୈତିକ ସେବା ନିୟମ ୧୯୯୪ ଏବଂ ସଂଶୋଧନ ନିୟମ, ୨୦୨୧ ଅନୁଯାୟୀ ପରବର୍ତ୍ତୀ ସଂଶୋଧନ ଦ୍ୱାରା ପରିଚାଳିତ ହେବ।

ବୟସ ସୀମା: ଜାନୁୟାରୀ ୧, ୨୦୨୨ ସୁଦ୍ଧା ୨୧ ବର୍ଷରୁ ୩୮ ବର୍ଷ। ଏସସି, ଏସଟି, ଏସଇବିସି, ମହିଳା, ପିଡବ୍ଲ୍ୟୁଡି, ପୂର୍ବତନ ସେବାୟତ ଏବଂ ସେବା ସେବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ସାଧାରଣ ବୟରେ ରିହାତି ମିଳିବ।

ଅନଲାଇନ୍ ଆବେଦନର ଆରମ୍ଭ: ୨୭ ସେପ୍ଟେମ୍ବର ୨୦୨୨।
ଅନଲାଇନ୍ ଆବେଦନର ଶେଷ ତାରିଖ: ୨୬ଅକ୍ଟୋବର ୨୦୨୨।

ଶିକ୍ଷାଗତ ଯୋଗ୍ୟତା: ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। ତେବେ ଟେକ୍ନୋଲୋଜି କିମ୍ବା ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଯୋଗ୍ୟ ନୁହଁନ୍ତି।

 

Get real time updates directly on you device, subscribe now.