fbpx

Amazonର ମଡେଲ୍ ଅଂଶିକା: ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡିଆ ଝିଅ

ଭୁବନେଶ୍ୱର: ଆମାଜନର ମଡେଲ ହେଲେ ଓଡିଶା ଝିଅ । ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀ “ଆମାଜନ”ର ମଡେଲ ଭାବେ ଚୟନ ହେଲେ ସମ୍ବଲପୁର ବାମରାର ସମ୍ବଲପୁରର କୁନି ଝିଅ ଅଂଶିକା । ବାମରା ବ୍ଲକ ଗୋବିନ୍ଦପୁର ପଣ୍ଡରିପଥର ଗ୍ରାମର ୮ ବର୍ଷୀୟା ସାଇ ଅଂଶିକା ବେସନ ଆମଜନର ମଡେଲ ଭାବେ ନୂଆ ପରିଚୟ ପାଇଛନ୍ତି ।

ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରେ କମ୍ପାନୀ ପକ୍ଷରୁ ଶିଶୁ ମଡେଲ ପରିପ୍ରେକ୍ଷୀରେ ଆବେଦନ ଆହ୍ୱାନ କରାଯାଇଥିଲା । ସୂଚନା ପାଇ ଏଥିପାଇଁ ସାଇ ଅଂଶିକା ଅନ ଲାଇନ ଆବେଦନ କରିଥିବା ବେଳେ, ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ସେ ମନୋନୀତ ହୋଇ ରାୟପୁରକୁ ଯାଇଥିଲେ । ସେଠାରେ ବିଭିନ୍ନ ବିଷୟରେ ସମୂହ ସାକ୍ଷାତକାର ସହିତ ଶତାଧିକ ଶିଶୁମାନଙ୍କୁ ନେଇ ଏକ ଫେସନ ସୋ’ ଆୟୋଜିତ ହୋଇଥିଲା । ଯେଉଁଥିରେ ସାଇ ଅଂଶିକା ନିଜର ବ୍ୟକ୍ତିତ୍ୱ ଏବଂ କଳା ପ୍ରଦର୍ଶନ କରିବା ସହ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଛନ୍ତି ।

ଏଥିସହିତ ଆମାଜନର ଜଣେ ଶିଶୁ ମଡେଲ ଭାବେ ବିବେଚିତ ହୋଇଛନ୍ତି ସାଇ ଅଂଶିକା । ଚଳିତ ମାସ ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କମ୍ପାନୀ ତାଙ୍କ ସହ ଏକ ବର୍ଷ ପାଇଁ ସାମୟିକ ଚୁକ୍ତି କରିଛି । ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏକ ଛୋଟିଆ ଗାଁରୁ ଜଣେ ଶିଶୁ ଏକ ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀର ମଡେଲ ଭାବେ ଚୟନ ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

 

Get real time updates directly on you device, subscribe now.