fbpx

ଜୁନିଅର ମାଇନିଂ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC, ଦରମା ୨୫,୩୦୦

ଭୁବନେଶ୍ୱର: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଓଡ଼ିଶା ଖଣି ନିର୍ଦ୍ଦେଶକଙ୍କ ଅଧୀନରେ ଜୁନିଅର ମାଇନିଂ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। OSSC ବିଜ୍ଞାପନ ଅନୁଯାୟୀ, ୨୬(୯ଟି ମହିଳା) ପଦବୀ ପୂରଣ ପାଇଁ ପ୍ରାର୍ଥୀମାନେ ୨୮ ସେପ୍ଟେମ୍ବରରୁ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୭ରହିଛି। ଆଶାୟୀମାନେ OSSC ର ଅଫିସିଆଲ ୱେବସାଇଟ https://www.ossc.gov.in/ ରେ ଆବେଦନ କରିପାରିବେ।

ନିଯୁକ୍ତିର ପ୍ରଥମ ବର୍ଷରେ ୨୫,୩୦୦ ଟଙ୍କା ଦରମା ମିଳିବାକୁ ଥିବା ବେଳେ ଏହି ନିଯୁକ୍ତି ଚୁକ୍ତିନାମା ଆଧାରରେ ହେବ। ସମୟ ସମୟରେ ଓଡିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଦରମା ସଂଶୋଧନ ଅଧୀନରେ ରହିବ ବୋଲି ଓଏସଏସସି ବିଜ୍ଞପ୍ତିରେ କୁହାଯାଇଛି।

ଅନ୍ୟାନ୍ୟ ବିବରଣୀ:

ଏହି ପଦବୀରେ ନିଯୁକ୍ତି ଓଡିଶା ଗ୍ରୁପ୍ ବି ପୋଷ୍ଟ (ଚୁକ୍ତିଭିତ୍ତିକ) ନିୟମ, ୨୦୧୩ ଏବଂ ଓଡ଼ିଶା ଖଣିଜ ପ୍ରଶାସନ ସେବା ନିୟମ ୧୯୯୪ ଏବଂ ସଂଶୋଧନ ନିୟମ, ୨୦୨୧ ଅନୁଯାୟୀ ପରବର୍ତ୍ତୀ ସଂଶୋଧନ ଦ୍ୱାରା ପରିଚାଳିତ ହେବ।

ଏହି ପଦବୀ ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ହେଉଛି ଜାନୁୟାରୀ ୧, ୨୦୨୨ ସୁଦ୍ଧା ୨୧ ବର୍ଷରୁ ୩୮ ବର୍ଷ। ଏସସି, ଏସଟି, ଏସଇବିସି, ମହିଳା, ପିଡବ୍ଲ୍ୟୁଡି, ପୂର୍ବତନ ସେବାୟତ ଏବଂ ସେବା ସେବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ସାଧାରଣ ବୟରେ ରିହାତି ମିଳିବ।

ଅନଲାଇନ୍ ଆବେଦନର ଆରମ୍ଭ: ୨୮ ସେପ୍ଟେମ୍ବର ୨୦୨୨।
ଅନଲାଇନ୍ ଆବେଦନର ଶେଷ ତାରିଖ: ୨୭ ଅକ୍ଟୋବର ୨୦୨୨।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ ନିଶ୍ଚିତ ଭାବରେ ଭାରତର ଯେକୌଣସି ସ୍ୱୀକୃତିପ୍ରାପ୍ତ ପଲିଟେକ୍ନିକ୍ / ପାଠ୍ୟକ୍ରମରୁ ଖଣି ଇଞ୍ଜିନିୟରିଂରେ ଅତି କମରେ ସେକେଣ୍ଡ ଡିଭିଜନ ଡିପ୍ଲୋମା ସାର୍ଟିଫିକେଟ୍ କିମ୍ବା ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (AICTE) ଦ୍ୱାରା ଅନୁମୋଦିତ ଅନୁଷ୍ଠାନ / ପଲିଟେକ୍ନିକ୍ ଦ୍ୱାରା ଦିଆଯାଇଥିବା ଡିପ୍ଲୋମା ଇନ୍ ମାଇନିଂ ଇଞ୍ଜିନିୟରିଂ (3 ବର୍ଷ) ପ୍ରମାଣପତ୍ର ପାଇଁ ବିଚାର କରାଯିବ।

Get real time updates directly on you device, subscribe now.