fbpx

ଓଡ଼ିଶାରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ ମୂଲ୍ୟ

Advertisement

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଏବଂ ଡିଜେଲ ଦର । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩,୬୦ ଟଙ୍କା ରେକର୍ଡ ହୋଇଥିବା ବେଳେ ଡିଜେଲ ମୂଲ୍ୟ ୯୫.୧୫ ଟଙ୍କା ରହିଛି । ଏହା ପୁର୍ବରୁ ଗୁରୁବାର ପେଟ୍ରୋଲ ଦର ଲିଟର ପିଛା ୧୦୩.୧୯ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ୯୪.୭୬ ଟଙ୍କା ଥିଲା ।

ସେହିଭଳି କଟକରେ ମଧ୍ୟ ବୃଦ୍ଧି ପାଇଛି ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଏବଂ ଡିଜେଲ ହାର ବୃଦ୍ଧି ପାଇଛି ଏବଂ ଯଥାକ୍ରମେ ୧୦୩.୫୮ ଟଙ୍କା ଏବଂ ୯୫.୧୩ ଟଙ୍କା ରେକର୍ଡ କରାଯାଇଛି। ଓଡିଶାର ପେଟ୍ରୋଲ-ଡିଜେଲ ଦର ସର୍ବାଧିକ ରହିଛି । ତେବେ ମାଲକାନାଗିରିରେ ପେଟ୍ରୋଲ ଦର ହ୍ରାସ ପାଇ ୧୦୯.୨୦ ଟଙ୍କାରେ ରେକର୍ଡ ହୋଇଥିବାବେଳେ ଡିଜେଲ ଦର ୧୦୦.୫୬ ଟଙ୍କା ରହିଛି।

ଏହି ସମୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ରହିଛି। ଚେନ୍ନାଇ, କୋଲକାତା, ଏବଂ ମୁମ୍ବାଇ ଭଳି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ଦର ଯଥାକ୍ରମେ ୧୦୨.୭୪, ୧୦୬.୦୩ ଟଙ୍କା ଏବଂ ୧୧୧.୩୫ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୪.୩୩ ଟଙ୍କା, କୋଲକାତାରେ ୯୨.୭୬ ଟଙ୍କା ଏବଂ ମୁମ୍ବାଇରେ ଏହି ହାର ୯୭.୨୮ ଟଙ୍କା ରେକର୍ଡ କରାଯାଇଛି।

 

 

Get real time updates directly on you device, subscribe now.