fbpx
BSKY SKY
BSKY SKY

ଲଗାତାର ଦ୍ୱିତୀୟ ଦିନପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦାମ୍

BSKY

ଦେଶରେ ପେଟ୍ରୋଲ-ଡିଜେଲ ଦର ଲଗାତାର ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି । ଆଜି ସମସ୍ତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୬୦ ପଇସା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ପିଛା ୭୨.୪୬ ଟଙ୍କା ହୋଇଛି, ଯାହାକି ପୂର୍ବରୁ ୭୧.୮୬ ଥିଲା । ସେହିପରି ଡିଜେଲ ଲିଟର ପିଛା ୬୯,୯୯ ଥିବା ବେଳେ ଆଜି ତାହା ୭୦.୫୯ ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ପୂର୍ବରୁ ରବିବାର ଦିନ ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲରେ ୬୦ ପଇସା ବୃଦ୍ଧି କରିଥିଲେ । କରୋନା ସଙ୍କଟ ମଧ୍ୟରେ ପ୍ରାୟ ୮୩ ଦିନରେ ପେଟ୍ରୋଲ-ଡିଜେଲ ଦର ବଢିବାରେ ଲାଗିଛି । ତୈଳ କମ୍ପାନୀଗୁଡିକ କହିଛନ୍ତି ଯେ, ବର୍ତ୍ତମାନ ଦୈନିକ ମୂଲ୍ୟ ସଂଶୋଧନ ପୁଣି ଆରମ୍ଭ ହୋଇଛି । ଆନ୍ତର୍ଜାତୀୟ ତୈଳ ବଜାରରେ ଅସ୍ଥିତିରତା ହେତୁ ଦର ବୃଦ୍ଧି ହୋଇଛି ବୋଲି କମ୍ପାନୀଗୁଡିକ ପକ୍ଷରୁ କୁହାଯାଉଛି ।

Get real time updates directly on you device, subscribe now.