fbpx

ଦେଶରେ ୧୨ ଟଙ୍କା ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ୍ ! କଞ୍ଚାତେଲର ଦାମ ରୁ ମିଳୁଛି ସଙ୍କେତ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚାତେଲର ଦାମ୍ ରେ ହ୍ରାସ ପରିଲକ୍ଷିତ ହୋଇଛି । ଗତ ୩ ମାସରେ ଅନ୍ତରାଷ୍ଟ୍ରୀୟ ବଜାରରେ ୨୫-୩୦ ଡଲାର ଶସ୍ତା ହୋଇଛି । ଏହି ସମୟରେ କ୍ରୁଡ୍ ଅଏଲ ୯୧ ଡଲାର ପ୍ରତି ବ୍ୟାରେଲ ପାଖାପାଖି ରହିଛି । କିନ୍ତୁ ତଥାପି ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ରେ କୌଣସି ଆଶ୍ୱସ୍ତି ମିଳିନାହିଁ ।

କିନ୍ତୁ ଏହାରି ମଧ୍ୟରେ ବିଶେଷଜ୍ଞ କହିଛନ୍ତି ଯେ ୮୦.୮୫ ଡଲାର ପ୍ରତି ବ୍ୟାରେଲ ପର୍ଯ୍ୟନ୍ତ ଯାଇପାରେ । ଏହି ଅନୁପାତ ଆଧାରରେ ଯଦି ତେଲ କମ୍ପାନୀମାନେ ଦାମ୍ କମ୍ କରୁଛନ୍ତି, ତେବେ ପେଟ୍ରୋଲ ଡିଜେଲ ରେଟ୍ ୧୧ ରୁ ୧୨ ଟଙ୍କା କମ୍ ହୋଇପାରେ ।

ରିପୋର୍ଟ ଅନୂଯାୟୀ, କଞ୍ଚାତେଲ ର ଦାମ୍ ଯଦି ୧ ଡଲାର ପ୍ରତି ବ୍ୟାରେଲ ବଢ଼ୁଛି କିମ୍ବା କମ୍ ହେଉଛି ତେବେ ଦେଶର ତୈଳ କମ୍ପାନୀଙ୍କୁ ଏକ ଲିଟର ଉପରେ ୪୫ ପଇସାର ପ୍ରଭାବ ପଡ଼ିବ । ଏହି ହିସାବରେ ଦେଶରେ ପେଟ୍ରୋଲ-ଡିଜେଲ ର ଦାମ୍ ରେ ୧୧ ରୁ ୧୨ ଟଙ୍କା ହ୍ରାସ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.