fbpx

କମ୍ ହୋଇପାରେ ପେଟ୍ରୋଲ-ଡିଜେଲ ଦର: ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ଯୋଜନା

Advertisement

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ପ୍ରାୟ ବର୍ଷେ ହେବ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି । କିନ୍ତୁ ବର୍ତ୍ତମାନ ଏହା ଶସ୍ତା ହୋଇପାରେ ଏବଂ ଗାଡି ଚାଳକଙ୍କୁ ମିଳିପାରେ ଆଶ୍ୱସ୍ତି । ବିଜେପି ମୁଖ୍ୟାଳୟରେ ପେଟ୍ରୋଲ ଦରକୁ ନେଇ ହୋଇଥିବା ବିଭିନ୍ନ ପ୍ରଶ୍ନ ଉପରେ ଆସିଛି ଏକ ବଡ ଉତ୍ତର । ତେବେ ଏ ନେଇ ବର୍ତ୍ତମାନ କୌଣସି ଘୋଷଣା ନ ହେଲେ ମଧ୍ୟ ଆଗକୁ ଖୁସି ଖବର ମିଳିପାରେ ବୋଲି ଅନୁମାନ କରାଯାଉଛି । ପେଟ୍ରୋଲ-ଡିଜେଲ ଦରରେ ହ୍ରାସ ହେବାକୁ ହେଲେ ଏକ ସର୍ତ୍ତ ମଧ୍ୟ ରହିଛି । ଯଦି ଏହି ସର୍ତ୍ତ ପୂରଣ ହୁଏ, ତେବେ ଏହି ପ୍ରସଙ୍ଗରେ କିଛି ବଡ ନିଷ୍ପତ୍ତି ନିଆଯାଇପାରେ ।

ସୂଚନା ଅନୁସାରେ,ବିଜେପି ମୁଖ୍ୟାଳୟରେ ପେଟ୍ରୋଲ-ଡିଜେଲ ଦରକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଯାହାର ଉତ୍ତର ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ । ସେ କହିଛନ୍ତି ଯେ, ଯଦି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଦିତ ତୈଳର ମୂଲ୍ୟ ସ୍ଥିର ରୁହେ, ତେବେ ପେଟ୍ରୋଲ-ଡିଜେଲ ଦର କମ୍ କରିବା ନେଇ ବିଚାର କରାଯାଇପାରେ । ତେବେ ଆଗାମୀ ତ୍ରୈମାସିକ ସ୍ତରରେ ତେଲ କମ୍ପାନୀର ଫଳାଫଳ ଖୁବ ଭଲ ରହିବ ବୋଲି ସେ ପ୍ରକାଶ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏ ନେଇ କୌଣସି ଘୋଷଣା କରିବା ସ୍ଥିତିରେ ନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ ।

ସେ କହିଛନ୍ତି ଯେ, ତୈଳ କମ୍ପାନୀ ମାନେ ବିଗତ ଦିନରେ ଭଲ ପ୍ରଦର୍ଶନ କରିଛନ୍ତି । ଏହାଦ୍ୱାରା କିଛିଟା କ୍ଷତିରେ ଭରଣପୋଷଣ କରାଯାଇ ପାରିଛି ଏବଂ ସେମାନେ ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ଭଲ ଭାବରେ ପାଳନ କରିଥିବା ସେ ପ୍ରକାଶ କରିଛନ୍ତି । ଏପ୍ରିଲ ୨୨ ତାରିଖରୁ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ନ ହେବା ନେଇ ମୋଦୀ ସରକାର ଘୋଷଣା କରିସାରିଛନ୍ତି । ଏହାପରେ ଗ୍ରାହକଙ୍କ ସମସ୍ୟାକୁ ନେଇ ମଧ୍ୟ ଘୋଷଣା ହୋଇପାରେ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ ।

Get real time updates directly on you device, subscribe now.