fbpx

ପେଟ୍ରୋଲ ୫୩କୁ ତ ଡିଜେଲ ୬୪

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୫୩ ପଇସା ଓ ଡିଜେଲ ୬୪ ପଇସା ବୃଦ୍ଧି ପାଇଛି। ଏହି କ୍ରମରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୭.୮୧ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଦିଲ୍ଲୀରେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ୭୬.୪୩ ଟଙ୍କାକୁ ବୃଦ୍ଧି ପାଇଛି।

ତେବେ ଚୀନ ସମେତ କେତେକ ଦେଶରେ ଲକଡାଉନ୍ ନିୟମ କୋହଳ ହେବା କାରଣରୁ ତେଲ ଚାହିଦା ବଢି ଯାଇଛି । ଏଥିଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବଢ଼ିବାରେ ଲାଗିଛି। ଏବେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପାଖାପାଖି ୪୦ ଡଲାର ରହିଛି। ଡଲାର ତୁଳନାରେ ଟଙ୍କା ମଧ୍ୟ ଦୁର୍ବଳ ହୋଇ ୭୫ ଉପରେ ରହିଛି।

Get real time updates directly on you device, subscribe now.