fbpx

ରେକର୍ଡ ସ୍ତରରେ ପେଟ୍ରୋଲ ଦର: ଆଜି ପୁଣି ବଢ଼ିଲା, ଜାଣନ୍ତୁ ନୂଆ ରେଟ୍

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ରେଟରେ ଲାଗିଛି ନିଆଁ । ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ-ଡିଜେଲର ନୂଆ ରେଟ ଜାରି କରିଛନ୍ତି । ଆଜି ରେକର୍ଡ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଦର ବୃଦ୍ଧି । ଆଜି ତୈଳ କମ୍ପାନୀଗୁଡିକ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରିଛନ୍ତି । ମଧ୍ୟପ୍ରଦେଶରେ ପେଟ୍ରୋଲ ଦର ରେକର୍ଡ କରିଛି । ବାଲାଘାଟରେ ପେଟ୍ରୋଲ ଲିଟର ପିଛା ୧୧୨.୪୧ ଟଙ୍କାରେ ପହଞ୍ଚିଛି ।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଛି । ଏହି କ୍ରମରେ ଦିଲ୍ଲୀରେ ପେଟ୍ରୋଲ ଦର ୧୦୧.୮୪ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୨୯ ପଇସା ମହଙ୍ଗା ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ସହରରେ କେତେ ଅଛି ରେଟ୍..

ଦିଲ୍ଲୀ – ଲିଟର ପିଛା ପେଟ୍ରୋଲ ୧୦୧.୮୪ ଓ ଡିଜେଲ ୮୯.୮୭ ଟଙ୍କା ରହିଛି ।

ମୁମ୍ବାଇ – ଲିଟର ପିଛା ପେଟ୍ରୋଲ ୧୦୭.୮୩ ଟଙ୍କା ଏବଂ ଡିଜେଲ ୯୭.୪୫ ଟଙ୍କା ।

ଚେନ୍ନାଇ – ଲିଟର ପିଛା ପେଟ୍ରୋଲ ୧୦୨.୪୯ ଟଙ୍କା ଏବଂ ଡିଜେଲ ୯୪.୩୯ ଟଙ୍କା ।

କୋଲକାତା – ଲିଟର ପିଛା ପେଟ୍ରୋଲ ୧୦୨.୦୮ ଟଙ୍କା ଏବଂ ଡିଜେଲ ୯୩.୦୨ ଟଙ୍କା

ବେଙ୍ଗାଲୁରୁ – ଲିଟର ପିଛା ପେଟ୍ରୋଲ ୧୦୫.୨୫ ଟଙ୍କା ଏବଂ ଡିଜେଲ ୯୫.୨୬ ଟଙ୍କା ।

ଲଖନଉ – ଲିଟର ପିଛା ପେଟ୍ରୋଲ ୯୮.୬୯ ଟଙ୍କା ଏବଂ ଡିଜେଲ ୯୦.୨୬ ଟଙ୍କା ।

ପାଟନା – ଲିଟର ପିଛା ପେଟ୍ରୋଲ ୧୦୪.୫୭ ଟଙ୍କା ଏବଂ ଡିଜେଲ ୯୫.୮୧ ଟଙ୍କା ।

ଭୋପାଳ – ଲିଟର ପିଛା ପେଟ୍ରୋଲ ୧୧୨.୪୧ ଟଙ୍କା ଏବଂ ଡିଜେଲ ୯୮.୬୭ ଟଙ୍କା ।

ଜୟପୁର – ଲିଟର ପିଛା ପେଟ୍ରୋଲ ୧୦୮.୭୧ ଟଙ୍କା ଏବଂ ଡିଜେଲ ୯୯.୦୨ ଟଙ୍କା ।

ଗୁରୁଗ୍ରାମ – ଲିଟର ପିଛା ପେଟ୍ରୋଲ ୯୯.୪୬ ଟଙ୍କା ଏବଂ ଡିଜେଲ ୯୦.୪୭ ଟଙ୍କା ।

Get real time updates directly on you device, subscribe now.