fbpx
BJD SKY
BJD SKY

ଭୁବନେଶ୍ୱରରେ ଶତକ ମାରିଲା ପେଟ୍ରୋଲ ଦର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସମୟରେ ବଢ଼ି ଚାଲିଛି ପେଟ୍ରୋଲ ଦର । ଫଳରେ ଏହାକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ି ଯାଇଛି । ଗୋଟିଏ ପଟେ କରୋନା ସମସ୍ତଙ୍କର ଜୀବିନ ଜୀବିକା ଛଡ଼ାଇ ନେଇଥିବା ବେଳେ ଏହି ସମୟରେ ପୁଣି ତୈଳ ଦର ବୃଦ୍ଧି ଜନତାଙ୍କ ଉପରେ ଡବଲ୍ ମାଡ଼ ସଦୃଶ ହୋଇଛି । ଭୁବନେଶ୍ୱର ଶତକ ହାସଲ କରିଛି ପେଟ୍ରୋଲ ଦର । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପିଥିବା ଜଣପଡ଼ିଛି । ଭୁବନେଶ୍ୱରର ବିଭିନ୍ନ ଟାଙ୍କିରେ ପେଟ୍ରୋଲ ଲିଟର ପିଛା ୧୦୦.୦୧ ଟଙ୍କା ହୋଇଥିବା ଦେଖିବାକୁ ମିଳିଛି ।

ତେବେ ତୈଳ ଦର ବୃଦ୍ଧି ପାଉଥିବାରୁ ବସ୍ ଭଡ଼ା ମଧ୍ୟ ବଢ଼ିଥିବା ଦେଖିବାକୁ ମିଳିଛି । ସାଧାରଣ ଓ ଏକ୍ସପ୍ରେସ୍ ବଡ଼ ଭଡ଼ା କିମି ପିଛା ୪ ପଇସା ଓ ଡିଲକ୍ସ ଓ ଏସି ଡିଲକ୍ସରେ ୮ ପଇସା, ସୁପର ପ୍ରିମିୟମ ବସ୍ ଭଡ଼ା ୧୨ ପଇସା ବଢ଼ିଛି । ତୈଳ ଦର ବୃଦ୍ଧିକୁ ନେଇ ଜନସାଧାରଣ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ଅଯଥାରେ ରାଜନୀତି ନକରି ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ପ୍ରୟାସରେ ଯୋଜନା ପ୍ରସ୍ତୁତ କରି ତୈଳ ଦର ହ୍ରାସ କରିବାକୁ ସାଧାରଣରେ ଦାବି ହେଉଛି ।

ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୦୫.୦୨ ଟଙ୍କା, ଡିଜେଲ ଦାମ ୧୦୨.୧୦ ଟଙ୍କା ରହିଛି । ସେହିପରି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ୯୯.୧୬ ଟଙ୍କା, ଡିଜେଲ ୮୯.୧୮ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ୧୦୫.୨୪ ଟଙ୍କା, ଡିଜେଲ ୯୬.୭୨ ଟଙ୍କା ରହିଛି ।

Get real time updates directly on you device, subscribe now.