fbpx

ପୁଣି ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ,୨୪ ।୮: କରୋନା ସଙ୍କଟ ସମୟରେ ମହଙ୍ଗା ହେବାରେ ଲାଗିଛି ପେଟ୍ରୋଲ ଦର । ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ(IOC) , ଭାରତ ପେଟ୍ରୋଲିୟମ କର୍ପୋରେଶନ ଲି.(BPCL) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲି. (HPCL) ସୋମବାର ପଞ୍ଚମ ଦିନ ପାଇଁ ପୁଣି ପେଟ୍ରୋଲ ଦରରେ ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି।

ତେବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ମହଙ୍ଗା ହୋଇଛି । ଏହି କ୍ରମରେ ଲିଟର ପିଛା ପେଟ୍ରୋଲ ୮୧.୬୨ ଟଙ୍କାରେ ବିକ୍ରି ହୋଇଛି । ଅଗଷ୍ଟ ୧୯ ତାରିଖ ପେଟ୍ରୋଲ ଦର ସ୍ଥିର ରହିଥିଲା, କିନ୍ତୁ ଲଗାତାର ୫ ଦିନ ହେବ ପେଟେଆଲ ଦେଟ୍ ବଢିବାରେ ଲାଗିଛି । ଅନ୍ୟପଟେ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଡିଜେଲ ଦର ୭୩.୫୬ ଟଙ୍କା ରହିଛି ।

ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୮.୨୮ ଟଙ୍କା, ୮୩.୧୩ ଟଙ୍କା, ୮୪.୬୪ ଟଙ୍କା ରହିଛି । ସେହିପରି ଡିଜେଲ ଦର ଲିଟର ପିଛା ୮୦.୧୧ ଟଙ୍କା, ୭୭.୦୬ ଟଙ୍କା ଓ ୭୮.୮୬ ଟଙ୍କା ରହିଛି ।

Get real time updates directly on you device, subscribe now.