fbpx

ଆପଣଙ୍କ PF ଆକାଉଣ୍ଟରେ କେତେ ଟଙ୍କା ଜମା ହେଲା ? ଏହି ଉପାୟରେ ଜାଣନ୍ତୁ ବାଲାନ୍ସ

ନୂଆଦିଲ୍ଲୀ: ଇପିଏଫ୍ ବାଲାନ୍ସ କିପରି ଚେକ୍ କରିବେ ? ଏନେଇ ଇପିଏଫ୍ ଆକାଉଣ୍ଟଧାରୀଙ୍କ ମନରେ ସବୁବେଳେ ପ୍ରଶ୍ନ ଆସିଥାଏ । ଜଣେ କର୍ମଚାରୀ ତଥା ଇପିଏଫର ସଦସ୍ୟ ହୋଇ ଯେକୌଣସି ସମୟରେ ପିଏଫ୍ ବାଲାନ୍ସ ଜାଣିବା ଆପଣଙ୍କର ଅଧିକାର । ଆପଣଙ୍କର ଇପିଏଫ୍ ବାଲାନ୍ସ ଯାଞ୍ଚ କରିବାର ଚାରୋଟି ଉପାୟ ଅଛି । ଏଥିମଧ୍ୟରେ ଏସଏମଏସ, ମିସ୍ କଲ୍, ଉମଙ୍ଗ ଆପ୍ ଏବଂ ଇପିଏଫଓର ଅଫିସିଆଲ୍ ୱେବସାଇଟ୍ ସାମିଲ ରହିଛି । ତେବେ ପିଏଫ୍ ଟଙ୍କା କିପରି ଚେକ୍ଚ କରିବେ, ଆସନ୍ତୁ ଜାଣିବା…

ପିଏଫ୍ ରେ କେତେ ଟଙ୍କା ସେ ସମ୍ପର୍କରେ ଯଦି ଆପଣ କେବଳ ଗୋଟିଏ ମିସ୍ କଲ୍ ରେ ଜାଣିବାକୁ ଚାହୁଁଛନ୍ତି ତେବେ ନିଜର ଆକାଉଣ୍ଟରେ ରେଜିଷ୍ଟର୍ କରିଥିବା ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ କୁ ମିସ୍ କଲ୍ କରନ୍ତୁ । ମିସ୍ କଲ୍ କରିବା ପରେ ପିଏଫ୍ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ଆପଣ ଜାଣିପାରିବେ ।

ଏହା ବ୍ୟତୀତ ଆପଣ ମେସେଜ୍ କରି ପିଏଫ୍ ବାଲାନ୍ସ ଜାଣିପାରିବେ । କିନ୍ତୁ ଏହି ଦୁଇ ଉପାୟରେ ପିଏଫ୍ ବାଲାନ୍ସ ଜାଣିବା ପାଇଁ ଆପଣଙ୍କ ୟୁଏଏନ୍ ବା ୟୁନିଭର୍ସଲ ଆକାଉଣ୍ଟ ନମ୍ବର ଆକ୍ଟିଭ୍ ରହିବା ଜରୁରୀ । ତେବେ ଯଦି ଆପଣ ମେସେଜ୍ ଜରିଆରେ ପିଏଫ୍ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ EPFOHO UAN ଏବଂ ଭାଷାର କୋଡ୍ ଟାଇପ୍ କରି ୭୭୩୮୩୯୯୮୯୯ କୁ ପଠାଇବାକୁ ପଡ଼ିବ । ଏହି ସେବାର ଲାଭ ଆପର ହିନ୍ଦୀ, ଇଂରାଜୀ, ପଞ୍ଜାବୀ ସମେତ ୧୦ଟି ଭାଷାରେ ଉଠାଇପାରିବେ । ଉଦାହରଣସ୍ୱରୂପ ଯଦି ଆପଣ ହିନ୍ଦୀରେ ବାଲାନ୍ସ ଜାଣିବାକୁ ଚାହୁଁଥିଲେ EPFOHO UAN HIN ଟାଇପ୍ କରିବାକୁ ହେବ । ଆଉ ୟୁଏଏନ୍ ସ୍ଥାନରେ ଆପଣଙ୍କୁ ୟୁଏଏନ୍ ନମ୍ବର ଲେଖିବାକୁ ହେବ ।

ବିଭିନ୍ନ ଭାଷା ପାଇଁ ବିଭିନ୍ନ କୋଡ୍:
୧. ଇଂରାଜୀ ପାଇଁ କୌଣସି କୋଡ୍ ନାହିଁ
୨. ହିନ୍ଦୀ- HIN
୩. ପଞ୍ଜାବୀ – PUN
୪. ଗୁଜରାଟୀ – GUJ
୫. ମରାଠୀ – MAR
୬. କନ୍ନଡ – KAN
୭. ତେଲୁଗୁ – TEL
୮. ତାମିଲ୍ – TAM
୯. ମାଲାୟାଲମ୍ – MAL
୧୦. ବଙ୍ଗାଳୀ – BEN

ଅନଲାଇନ୍ ଓ ଉମଙ୍ଗ: ଆପଣଙ୍କୁ ପ୍ରଦାନ କରାଯାଇଥିବା ୟୁଏଏନ୍ ନମ୍ବର ଏବଂ ଲଗଇନ୍ ପାଶୱାର୍ଡ ଜରିଆରେ ଆପଣ ନିଜର ବାଲାନ୍ସ ଚେକ୍ କରିପାରିବେ ।

Get real time updates directly on you device, subscribe now.