fbpx

PGT ଜୀବ ବିଜ୍ଞାନ ସାକ୍ଷାତକାର ଟେଷ୍ଟ ତାରିଖ ଘୋଷଣା: ଯୋଗ୍ୟ ୫୭ ଜଣ ପ୍ରାର୍ଥୀଙ୍କର ଲିଷ୍ଟ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ପିଜିଟି ଜୀବ ବିଜ୍ଞାନ (ବାୟୋଲୋଜି) ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । କଟକର ଡ. ପି.କେ ପରିଜା ରୋଡ଼ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କାର୍ଯ୍ୟାଳୟରେ ଏପ୍ରିଲ ମାସ ୧୮-୨୦ ତାରିଖ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ନିଆଯିବ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କର ଏକ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି ।

ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନର ହାର୍ଡ କପି ସାଙ୍ଗରେ ନେଇ ଧାର୍ଯ୍ୟ ଠିକଣାରେ ପହଞ୍ଚିବେ । ଏଥିସହିତ ପ୍ରାର୍ଥୀମାନେ ‘ଆଟେଷ୍ଟେସନ ଫର୍ମ’, ‘ବାୟୋ-ଡାଟା ଫର୍ମ’, ସେଲଫ ଆଟେଷ୍ଟେଡ ଡକ୍ୟୁମେଣ୍ଟ/ ସାର୍ଟିଫିକେଟ କପି ସାଙ୍ଗରେ ନେବେ । ପ୍ରାର୍ଥୀମାନେ ଓପିଏସସି ୱେବସାଇଟରୁ ‘ଆଟେଷ୍ଟେସନ ଫର୍ମ’ ଓ ‘ବାୟୋ-ଡାଟା ଫର୍ମ’ ଡାଉନଲୋଡ୍ କରିପାରିବେ । ତିନି ଦିନ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ଟେଷ୍ଟ ନିଆଯିବ । ସେଥିପାଇଁ ଅଲଗା ଅଲଗା ସମୟ ଧାର୍ଯ୍ୟ କରାଯାଇଛି । ତେଣୁ ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ଏ ବାବଦରେ ଅଧିକ ତଥ୍ୟ ଜାଣି ପାରିବେ ।

OPSC

Get real time updates directly on you device, subscribe now.