fbpx

୨୦୨୪ ନିର୍ବାଚନ ଜନତାଙ୍କ ପାଇଁ ଅଗ୍ନିପରୀକ୍ଷା: ଦେଶ ଓ ରାଜ୍ୟର ବିକାଶ ପାଇଁ ଭୋଟରମାନେ ପ୍ରକୃତ ନେତାଙ୍କୁ ଚୟନ କରିବା ଆବଶ୍ୟକ

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ୭ଟି ପର୍ଯ୍ୟାୟରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଚାରିଟି ପର୍ଯ୍ୟାୟରେ ଓଡ଼ିଶା ବିଧାନସଭା ପାଇଁ ମତାଦନ ଗ୍ରହଣ କରାଯିବ । ତେବେ ପୁଣି ଥରେ ୫ ବର୍ଷ ପାଇଁ ଜନତା ନୂଆ ସରକାରକୁ ବାଛିବେ । ରାଜ୍ୟ ବିଧାନସଭା ହେଉ କି ଲୋକସଭା ନିର୍ବାଚନ ହେଉ ପ୍ରତ୍ୟେକ କ୍ଷେତ୍ରରେ ଜନତା ହିଁ ପ୍ରକୃତ ମାଲିକ । ଜନତା ଯେଉଁ ଦଳକୁ ଚୟନ କରିବେ, ଯେଉଁ ପ୍ରାର୍ଥୀଙ୍କୁ ଚୟନ କରିବେ ସେ ହିଁ ବିଜୟୀ ଘୋଷିତ ହେବେ ।

ତେବେ ଦିନକୁ ଦିନ ରାଜନୀତିର ପରିଭାଷା ବଦଳିବାରେ ଲାଗିଥିବା ବେଳେ ଆଜିର ସମୟରେ ବିଭିନ୍ନ ରାଜନେତା ଓ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନାନା ପ୍ରକାରର ଆକର୍ଷଣୀୟ ଅଫର ସବୁ ଦେଉଛନ୍ତି । ଟଙ୍କା, ମଦ, ମାଂସ, ଚାକିରି ଆଦି ଅନେକ ଘୋଷଣା କରୁଛନ୍ତି । ତେବେ ଏପରି ସ୍ଥିତିରେ ଭୋଟରମାନେ କିପରି ପ୍ରକୃତ ନେତାଙ୍କୁ ଚୟନ କରିବେ ତାହା ଏକ ସାଧାରଣ କଥା ନୁହେଁ । ଅନ୍ୟ କଥାରେ ପଡ଼ି, ଲୋଭନୀୟ ଅଫର ଜାଲରେ ପଡ଼ି ନିଜର ମୂଲ୍ୟବାନ ଭୋଟକୁ ନ୍ୟୁନ କରନ୍ତୁ ନାହିଁ ।

କେଉଁ ଦଳକୁ ବାଛିଲେ ସେ ଆମ ଦେଶ ଓ ରାଜ୍ୟକୁ ଆଗକୁ ନେଇ ପାରିବ, କେଉଁ ନେତାଙ୍କୁ ଜିତାଇଲେ ସେ ଆପଣଙ୍କର ସୁଖଦୁଃଖରେ ପାଖରେ ଛିଡ଼ା ହୋଇ ପାରିବେ ଓ ଅଞ୍ଚଳବାସୀଙ୍କ ବିକାଶ କରିପାରିବେ ତା’ ଉପରେ ଭୋଟରମାନେ ତର୍ଜମା କରିବା ଆବଶ୍ୟକ । ମିଡ଼ିଆମାନଙ୍କରେ କ’ଣ ଖବର ପ୍ରକାଶ ପାଉଛି ତା’ ଉପରେ ଗୁରୁତ୍ୱ ନଦେଇ ପ୍ରକୃତ ସତ୍ୟ କ’ଣ ଜାଣିବାକୁ ପ୍ରୟାସ କରନ୍ତୁ । କାହାକୁ ଭୋଟ ଦେଇ ଜିତାଇଲେ ସେ ଆପଣଙ୍କ ଦୁଃଖ ଦୂର କରିପାରିବେ ତାହା ସ୍ଥିର କରନ୍ତୁ ।

ପ୍ରତ୍ୟେକ ନାଗରିକଙ୍କୁ ଗୋଟିଏ ଭୋଟ ଦେବାର ଅଧିକାର ଆମର ସମ୍ବିଧାନ ଦେଇଛି । ଗୋଟିଏ ଗୋଟିଏ ଗୋଟିଏ ଭୋଟ ମିଶି ଜଣେ ନେତାଙ୍କୁ ବାଛିବ । ନିର୍ବାଚନ ସମୟରେ ପ୍ରକୃତ ନେତାଙ୍କୁ ବାଛିବା ଜନତାଙ୍କ ପାଇଁ ଏକ ବଡ଼ ଅଗ୍ନିପରୀକ୍ଷା । କ୍ଷଣିକ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ଦୀର୍ଘସ୍ଥାୟୀ ସ୍ୱାର୍ଥ ଉପରେ ଗୁରୁତ୍ୱ ଦିଅନ୍ତୁ । ରାଜ୍ୟ ଓ ଦେଶର ବିକାଶ କିପରି ହୋଇପାରିବ, ତାହା ବିଚାର କରନ୍ତୁ । ମାଗଣା ଅଫରକୁ ଛାଡ଼ି ପ୍ରକୃତ ପ୍ରତିଶ୍ରୁତି ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କର ଗୋଟିଏ ଭୋଟ ଗୋଟିଏ ସରକାରକୁ ବଦଳାଇବାର କ୍ଷମତା ରଖୁଛି । ତେଣୁ ଭାବିଚିନ୍ତି ପ୍ରକୃତ ପ୍ରାଥୀଙ୍କୁ ଭୋଟ ଦିଅନ୍ତୁ । କୌଣସି ଦଳ ବା ପ୍ରାର୍ଥୀଙ୍କୁ ବାଛିବା ପୂର୍ବରୁ ଭୋଟରମାନେ ସେମାନଙ୍କର ନିର୍ବାଚନୀ ଇସ୍ତାହାରକୁ ଭଲ ଭାବେ ପଢ଼ିବା ଆବଶ୍ୟକ । ଏଥିସହିତ କେଉଁ ଦଳ ପୂର୍ବ ଥର କ’ଣ ପ୍ରତିଶ୍ରୁତି ଦେଇଥିଲା, କେଉଁ ନେତା କ’ଣ ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ମାତ୍ରାରେ ପୂରଣ ହୋଇଛି ଏସବୁ ଦିଗ ପ୍ରତି ଭୋଟରମାନେ ଦୃଷ୍ଟି ଦେବା ଆବଶ୍ୟକ ।

Get real time updates directly on you device, subscribe now.