fbpx

Good Education: ଦଶମ ପରେ ପିଲାଙ୍କୁ କ’ଣ ପଢାଇଲେ ଭଲ ହେବ? ରେଜଲ୍ଟ ଆସିବା ପୂର୍ବରୁ ଜାଣି ରଖନ୍ତୁ

ନୂଆଦିଲ୍ଲୀ: ଆଉ କିଛି ଦିନ ଭିତରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଏବେ ଚିନ୍ତା କରୁଥିବେ କ’ଣ ପଢିବେ ଆଉ କ’ଣ ପଢିବେ ନାହିଁ । ଏଥିପାଇଁ ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ନୂଆ ନୂଆ କୋର୍ସ ମଧ୍ୟ ଆସିଲାଣି । ତେବେ ଏଭଳି ପରିସ୍ଥିତିରେ ଯଦି ଶିକ୍ଷାର୍ଥୀ ବୁଝି ବିଚାରି କାମ ନ କଲେ କ୍ୟାରିୟର ଖରାପ ହେବାର ସମ୍ଭାବନା ଥାଏ । ଯେଉଁମାନେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଦଶମ ପର୍ଯ୍ୟନ୍ତ ଅଧ୍ୟୟନ ଶେଷ ହୋଇଛି, ସେମାନେ ଏହି ସମୟରେ ନିଜ ଭବିଷ୍ୟତ ପାଇଁ ସଠିକ୍ ନିର୍ଣ୍ଣୟ ନେବା ଉଚିତ୍ । ତେବେ ଆଜି ଆମେ ଅପଣଙ୍କୁ କହିବୁ କେଉଁ ଶିକ୍ଷାର୍ଥୀ କ’ଣ ଚୟନ କରିବା ଉଚିତ୍ ।

ହୋମ୍ ସାଇନ୍ସ – ଦଶମ ପରେ ହୋମ୍ ସାଇନ୍ସରେ ଅନେକ ସୁଯୋଗ ଅଛି । ଆଜିକାଲି ଅନେକ ପିଲା ଉଚ୍ଚଶିକ୍ଷାରେ ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଚୟନ କରନ୍ତି । ଯଦି ଏହା ଆରମ୍ଭରୁ ଅଧ୍ୟୟନ କରାଯାଏ, ତେବେ ଭବିଷ୍ୟତରେ ଏହା ଲାଭଦାୟକ ହୋଇପାରେ ।

ବିଜ୍ଞାନ – ଅଧିକାଂଶ ଛାତ୍ରଛାତ୍ରୀ ଦଶମ ପରେ ବିଜ୍ଞାନ ଷ୍ଟ୍ରିମ୍ ଚୟନ କରନ୍ତି । ବିଜ୍ଞାନ ଗ୍ରହଣ କରୁଥିବା ଛାତ୍ରମାନେ ଡାକ୍ତରୀ କ୍ଷେତ୍ରରେ କ୍ୟାରିୟର କରିପାରିବେ । ନର୍ସିଂ ପାଠ୍ୟକ୍ରମରେ ନିଜ କ୍ୟାରିୟର ଆରମ୍ଭ କରି ବେଶ୍ ଭଲ ଦୁଇ ପଇସା ରୋଜଗାର କରିପାରିବେ । ଏମାନେ ସରକାରୀ କ୍ଷେତ୍ରରେ ମଧ୍ୟ ଭଲ ନିଯୁକ୍ତି ପାଇପାରିବେ।

 ବାଣିଜ୍ୟ – ଦଶମ ପରେ ବାଣିଜ୍ୟ ଏକ ବହୁତ ଭଲ ବିକଳ୍ପ । ବାଣିଜ୍ୟ ନେଉଥିବା ଛାତ୍ରମାନେ ଦ୍ୱାଦଶ ପରେ ସି.ଏ ଓ ସି.ଏମ୍ କ୍ଷେତ୍ରରେ ଭଲ କ୍ୟାରିୟର କରିପାରିବେ । ପିଏଚଡି କରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଭଲ କ୍ୟାରିୟର ଗଢି ପାରିବେ।
କଳା – ସିବିଲ ସର୍ଭିସରେ ଯୋଗଦେବାକୁ ଚାହୁଁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ କଳା ବିଷୟ ଏକ ଭଲ ବିକଳ୍ପ । ଦଶମ ପାସ୍ କରୁଥିବା ଛାତ୍ରମାନେ +୨ କଳା ନେଇପାରିବେ । ଏହା ପରେ ଆପଣ ବି.ଏ ଏବଂ ଏମ୍‌.ଏ ପାଠ୍ୟକ୍ରମ ଚୟନ କରି ପାରିବେ । ଏହା ପରେ ବି.ଏଡ କରିବା ଏକ ବିକଳ୍ପ ମଧ୍ୟ ହୋଇପାରେ।
ଆଇଟିଆଇ –ଦକ୍ଷତା ବିକାଶ କ୍ଷେତ୍ରରେ ଆଇଟିଆଇ ହେଉଛି ଏକ ଉପଯୁକ୍ତ ପାଠ୍ୟକ୍ରମ । ଏଥିରେ ଥିଓରି ସହ ପ୍ରାକ୍ଟିକାଲର ମଧ୍ୟ ସୁଯୋଗ ରହିଛି। ଆଇଟିଆଇ ପଢିବା ଦ୍ୱାରା ଜଣେ ଛାତ୍ରର ଦକ୍ଷତା ବିକାଶ ହୋଇଥାଏ । ତେବେ ଯଦି ଆପଣ ଆଇଟିଆଇ ନ କରିବାକୁ ଚାହିଁବେ, ତାହେଲେ ଦଶମ ପରେ ଆପଣ ଡିପ୍ଲୋମା ମଧ୍ୟ କରିପାରିବେ ।

Get real time updates directly on you device, subscribe now.