fbpx
BJD SKY
BJD SKY

(Video)ସୁନୀତା କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟି ଏପରି ସାନ୍ତ୍ୱନା ଦେଲେ କଳ୍ପନା ସୋରେନ୍‌, ସାମ୍ନାକୁ ଆସିଲା ଭିଡିଓ

BJD

ନୂଆଦିଲ୍ଲୀ:ଜେଲ୍‌ରେ ବନ୍ଦ ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଆଜି ଦିଲ୍ଲୀ ପହଞ୍ଚିଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ସାକ୍ଷାତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆବାସ ଯାଇଛନ୍ତି । ତାଙ୍କ ସହ ଦିଲ୍ଲୀର ମନ୍ତ୍ରୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ ବି ଅଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ କି ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଇଡି ହାଜତରେ ଥିବା ବେଳେ ହେମନ୍ତ ସୋରେନ୍ କଥିତ ଜମି ଘୋଟାଲା କେସ୍‌ରେ ଜେଲ୍‌ରେ ଅଛନ୍ତି ।

ତେବେ ସୁନୀତା କେଜ୍ରିୱାଲ ଓ କଳ୍ପନା ସୋରେନଙ୍କ ସାକ୍ଷାତର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖାଯାଉଛି । କେଜ୍ରିୱାଲଙ୍କ ଗିରଫ ପରେ କଳ୍ପନା ଫୋନ୍‌ରେ ସୁନୀତାଙ୍କ ସହ କଥା ବି ହୋଇଥିଲେ । ସେ ଏହି ସମୟରେ ସୁନୀତାଙ୍କୁ କହିଥିଲେ କି ଜଣେ ବନ୍ଧୁ ଭାବରେ ସେ ତାଙ୍କ ଦୁଃଖ ବୁଝିପାରୁଛନ୍ତି ।

ଆସନ୍ତା କାଲି ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ଗଠବନ୍ଧନର ମହାର‌୍ୟାଲି ରହିଛି । କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ବିରୋଧୀ କାଲି ଏହି ମହାର‌୍ୟାଲି କରୁଛନ୍ତି । କଂଗ୍ରେସ କହିଛି ଏହି ର‌୍ୟାଲି କୌଣସି ଜଣେ ବ୍ୟକ୍ତିଙ୍କ ପାଇଁ ନୁହେଁ ବରଂ ସମ୍ବିଧାନକୁ ବଞ୍ଚାଇବା ପାଇଁ । ଏହି ମହାର‌୍ୟାଲିରେ ସାମିଲ ହେବାକୁ ଝାରଖଣ୍ଡରୁ କଳ୍ପନା ବି ଆସିଛନ୍ତି ।

Get real time updates directly on you device, subscribe now.