fbpx
BSKY SKY
BSKY SKY

(Video) ରାସ୍ତାରେ ଦୁଇ ମାଙ୍କଡ଼ ଗୋଷ୍ଠୀ ମଧ୍ୟରେ ଲାଗିଲା ଯୁଦ୍ଧ, ଲୋକେ ଦେଖି ଦୌଡିଲେ ଏଣେତେଣେ, ଦେଖନ୍ତୁ ଭିଡିଓ

BSKY

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ମାଙ୍କଡ଼ ଦଳ ଏତେ ସଂଖ୍ୟାରେ ଆସି ପହଁଚିଗଲେ ଯେ, ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଥାଇଲ୍ୟାଣ୍ଡର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଙ୍କଡଙ୍କ ସଂଖ୍ୟା ଏତେ ପରିମାଣରେ ବଢିଗଲାଣି ଯେ, ଏଥିପାଇଁ ପର୍ଯ୍ୟଟକମାନେ ଅସୁବିଧାର ଶିକାର ହେଉଛନ୍ତି । ଏମାନେ ବେଳେବେଳେ ଏତେ ହିଂସ୍ର ହେଇଯାଉଛନ୍ତି ଯେ, ଏମାନଙ୍କୁ ସମ୍ଭାଳିବା କାଠିକର ପାଠ ହେଇଯାଉଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବହୁ ସଂଖ୍ୟାରେ ମାଙ୍କଡଙ୍କ ଦଳ ଆସି ପହଁଚିଯିବାରୁ ଲୋକେ ଏଣେତେଣେ ଦୌଡିବାକୁ ଲାଗିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୁଇ ମାଙ୍କଡଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଛି । ଅଧିକାରୀମାନେ ଏମାନଙ୍କୁ ରାସ୍ତାରୁ ହଟାଇବା ଲାଗି ପ୍ରୟାସ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ @sighyam ନାମକ ଜଣେ ୟୁଜର୍ସ ସେୟାର କରିଛି । ତେବେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ମିଲିୟନ ରୁ ଅଧିକ ଲୋକେ ଦେଖିସାରିଲେଣି । ଏଠାରେ ମାଙ୍କଡଙ୍କ ସଂଖ୍ୟା ଏତେ ପରିମାଣରେ ବଢିଯାଇଛି ଯେ, ଏମାନେ ପର୍ଯ୍ୟଟକଙ୍କ ଖାଇବା ଛଡାଇ ଆଣୁଛନ୍ତି ଏବଂ ଲୋକମାନଙ୍କୁ ଅସୁବିଧାରେ ମଧ୍ୟ ପକାଉଛନ୍ତି ।

 

Get real time updates directly on you device, subscribe now.