fbpx

ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଆସିଲା ଫୋନ୍ କଲ୍ , ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରଥମ କଲ୍‌

ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରଥମ ଫୋନ୍ କଲ୍ ଆସିଛି । ସୁରଜ ହେଉଛନ୍ତି ରାଜ୍ୟ ବିଜେପିର ଯୁବ ଉଦୀୟମାନ ଚେହେରା । ସାରା ରାଜ୍ୟରେ ବିଜେଡିର ପତିଆରା ଥିବା ବେଳେ ସେ ବିଜେପିରୁ ନିର୍ବାଚିତ ହୋଇଥିଲେ । ସୁରଜ ଧାମନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସୁରଜ ହେଉଛନ୍ତି ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀଙ୍କ ପୁଅ । ସୁରଜଙ୍କ ବ୍ୟତିତ ପୃଥ୍ୱୀରାଜ ହରିଚନ୍ଦନ (ଚିଲିକାରୁ ପ୍ରଥମ ଥର ପାଇଁ ନିର୍ବାଚିତ), ମୁକେଶ ମହାଲିଙ୍ଗ, ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପାରାଦ୍ୱୀପ ବିଧାୟକ ସଂପଦ ସ୍ୱାଇଁ ପ୍ରଭୃତି ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ୍ ଆସିଛି ।

Get real time updates directly on you device, subscribe now.