fbpx

୫ଜି ସିମ୍ ପାଇଁ ଆସୁଛି ଫୋନ୍ କଲ୍? ଜାଣନ୍ତୁ କ’ଣ କରିବା ଉଚିତ୍

ନୂଆଦିଲ୍ଲୀ: ୫ଜି ନିଲାମି ପରେ ଏବେ ୫ଜି ବ୍ୟବହାର ଆପଣଙ୍କୁ ମହଙ୍ଗା ପଡିପାରେ। ଲୋକେ ଖୁବ୍ ଶିଘ୍ର ନିଜର ୫ଜି ଫୋନ୍‌ରେ ୫ଜି ନେଟୱାର୍କ ଚଲାଇବାକୁ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି। ତେବେ ଏହି ଉତ୍କଣ୍ଠା ଆପଣଙ୍କୁ ମହଙ୍ଗା ପଡିପାରେ। କାରଣ ଠକ ଆଉ ଚୋରମାନେ ସବୁବେଳେ ଏହି ଚଞ୍ଚକତାର ଫାଇଦା ଉଠାଇଥାନ୍ତି। ଏଭଳି ଏକ ମାମଲା ଏବେ ସାମନାକୁ ଆସୁଛି। ଯେଉଁଠାରେ ଗ୍ରାହକଙ୍କୁ ୫ଜି ସିମ୍ କାର୍ଡ ପାଇଁ କଲ୍ ଆସୁଛି। ତେବେ ଏପର୍ଯ୍ୟନ୍ତ କୌଣସି ଟେଲିକମ୍ କମ୍ପାନୀ ୫ଜି ସିମ୍‌କୁ ନେଇ କୌଣସି ଘୋଷଣା କରିନାହାନ୍ତି। ଏପରି ସ୍ଥିତିରେ ଏ ସଂକ୍ରାନ୍ତିୟ କଲ୍ କୌଣସି ଠକାମିର ହୋଇପାରେ।

ଗ୍ରାହକମାନଙ୍କୁ ଫୋନ୍ କରି ସେମାନଙ୍କର ସିମ୍ କାର୍ଡକୁ ୫ଜି ରେ ଅପଗ୍ରେଡ୍ କରିବାକୁ କୁହାଯାଉଛି। ଏହି କଲ୍ କମ୍ପାନୀ ଏକଯ୍ୟୁକେଟିଭ୍‌ଙ୍କ ନାମରେ କରାଯାଉଛି। ତେବେ ୪ଜି ସିମ୍ କାର୍ଡ ଅପଗ୍ରେଡ କରିବା ପାଇଁ କୌଣସି କମ୍ପାନୀ କୌଣସି ପ୍ରକାର କଲ୍ କରି ନଥିଲେ। ଏପର୍ଯ୍ୟନ୍ତ କୌଣସି ଟେଲିକମ୍ କମ୍ପାନୀ ୫ଜି ସିମ୍‌କାର୍ଡକୁ ନେଇ କୌଣସି ଘୋଷଣା କରି ନଥିଲା ବେଳେ ଏହି କଲ୍ ଠକମାନଙ୍କର ହୋଇପାରେ ବୋଲି କୁହାଯାଉଛି। ଏହି କଲ୍ କମ୍ପାନୀ ଏକଯ୍ୟୁକେଟିଭ୍‌ଙ୍କ ନାମରେ କଥା ହେଉଥିଲେ ବୋଲି ଜଣେ ଗ୍ରାହକ କହିଛନ୍ତି।

କିଛି ସମୟ କଥା ହେବାଏ ପରେ ସେ ତାଙ୍କର ଠିକଣା ଜାଣିବାକୁ ଚାହିଁଥିଲେ। ଠକ ଜଣକ ଆପଣଙ୍କର ଲୋକେସନ୍ ଜାଣିବକାୁ ଚେଷ୍ଟା କରୁଛନ୍ତି। ଏହା ସହିତ କଥା କଥାରେ ସେମାନେ ଆପଣଙ୍କର ଅନ୍ୟ ସବୁ କଥା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣଙ୍କୁ ଏହି ପ୍ରକାର କଲ୍ ଆସୁଛି ତେବେ ଆପଣ ନିଜର ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରନ୍ତୁ ନାହିଁ। ଅଧିକ ସୂଚନା ପାଇଁ କମ୍ପାନୀ ଆଉଟ୍ ଲେଟ୍ ପାଖକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ୫ଜି ପାଇଁ ସମସ୍ତ ସୂଚନା ମିଳିଯିବ।

Get real time updates directly on you device, subscribe now.