fbpx

(Video) ଅଚାନକ୍ କ୍ଲାସରେ ଝିଅଙ୍କ ଦେହରେ ଆସିଲେ ମାତା: ପରସ୍ପରଙ୍କୁ ଏପରି ପିଟିଲେ ଯେ ପୁଅମାନେ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ସ୍କୁଲ ନାଁ ଶୁଣିଲେ ମୁଣ୍ଡରେ ଏପରି ଏକ ଛବି ଆସିଯାଏ, ଯେଉଁଠାରେ ପିଲାମାନଙ୍କୁ ଜ୍ଞାନ ଦିଆଯାଏ । ଠିକ୍-ଭୁଲ ବିଷୟରେ ବୁଝାଯାଇଥାଏ । ପରସ୍ପରଙ୍କୁ ସମ୍ମାନ ଦେବା ଶିଖାଯାଏ । କିନ୍ତୁ ସ୍କୁଲରେ ଯଦି ପିଲାମାନେ ପରସ୍ପରକୁ ଅତି ଖରାପ ଭାବେ ପିଟିବାକୁ ଲାଗିବେ, ସେଠାରେ କ’ଣ କହିବ । ଏବେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ କ୍ଲାସ ସହ ଜଡ଼ିତ ମାମଲା ବୋଲି ଜଣାପଡିଛି ।

ଭିଡିଓ ଦେଖିଲେ ଜଣାପଡୁଛି କି, କ୍ଲାସରୁମରେ ୨ ଛାତ୍ରୀ ପରସ୍ପର ମଧ୍ୟରେ ଯୁକ୍ତି ଲାଗିଥିଲେ । ପରସ୍ପରକୁ ବଡ଼ ପାଟିରେ ଚିଲ୍ଲାଇବାରେ ଲାଗିଥିଲେ । ଯୁକ୍ତିତର୍କ ବେଳେ ଦୁହେଁ ପରସ୍ପରର ଅତି ନିକଟତର ହୋଇଥିଲେ ଏବଂ ତା’ପରେ ଫ୍ରେମରେ ଏପରି ଏକ ଦୃଶ୍ୟ ଥିଲା ଯାହାକୁ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁସାରେ, ଯୁକ୍ତିତର୍କ ପରେ ଛାତ୍ରୀମାନେ ପରସ୍ପରକୁ ପିଟିବାକୁ ଆରମ୍ଭ କରିଥିଲେ । ସେମାନେ ପରସ୍ପରକୁ ଚାପୁଡ଼ା ଓ ଗୋଇଠା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହା ସହ କେଶ ଟାଣିବା ଓ ପରସ୍ପରଙ୍କୁ ଠେଲାପେଲା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଛାତ୍ରୀଙ୍କ ମାରପିଟକୁ ଦେଖି ଛାତ୍ରଙ୍କ ସମେତ ଶିକ୍ଷକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭିଡିଓକୁ ଅନେକ ଲୋକ ଦେଖି ସାରିଥିବା ବେଳେ ତୀବ୍ର ଭାବେ ଭାଇରାଲ ମଧ୍ୟ ହେବାରେ ଲାଗିଛି । ଲୋକମାନେ ମଧ୍ୟ ଏଥିରେ ମଜାଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.